କପି ରୋକିବା ପାଇଁ....
କପି ରୋକିବା ପାଇଁ....
admin
Sep 4, 2019 - 06:11
Updated: Sep 4, 2019 - 06:11
କଲେଜରେ କପି ରୋକିବା ପାଇଁ ପରୀକ୍ଷାର୍ଥୀଙ୍କ ମୁଣ୍ଡକୁ କାର୍ଡବୋର୍ଡ ପେଟିରେ ଘୋଡ଼ାଇ, ଚର୍ଚ୍ଚାକୁ ଆସିଛନ୍ତି ଜଣେ ମେକସିକାନ ଶିକ୍ଷାବିତ । ମେକସିକୋର ଲାକସକାଲା ପ୍ରଦେଶରେ ରହିଛି, ‘ଏଲ ସାବିନାଲ କଲେଜ ଅଫ ବ୍ୟାଚଲର୍ସ’ । ଏହାର ନିଦେ୍ର୍ଧଶକ ଅଛନ୍ତି ଲୁଇସ ଜୁଆରେଜ ଟେକସିସ । କପି ରୋକିବା ପାଇଁ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମୁଣ୍ଡକୁ ପେଟିରେ ଢ଼ାଙ୍କିବା ଲାଗି ସେ ନିଦେ୍ର୍ଧଶ ଦେଇଥିଲେ । ପରୀକ୍ଷା ଖାତାକୁ ଦେଖିବା ପାଇଁ ପେଟିରେ ଦୁଇଟି ଲେଖାଏଁ କଣା କରାଯାଇଥିଲା । ନିଦେ୍ର୍ଧଶକ ମହାଶୟ ନିଜେ ପରୀକ୍ଷା ଗୃହରେ ଉପସ୍ଥିତ ରହି ନିଜର ନିଦେ୍ର୍ଧଶ କାର୍ଯ୍ୟକାରୀ କରାଇଥିଲେ । ଏଭଳି ଅବସ୍ଥାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଥିବାର ଦୃଶ୍ୟକୁ ଅନେକ ଗ୍ରହଣ କରିପାରିନାହାନ୍ତି । ଟେକସିସଙ୍କ ବିରୋଧରେ ପରୀକ୍ଷାର୍ଥୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଅଣାଯାଇଛି । ତାଙ୍କ ବହିଷ୍କାର ପାଇଁ ଦାବି କରାଯାଇଛି । ପରୀକ୍ଷାର୍ଥୀମାନଙ୍କର କିଛି ଅଭିଭାବକ ହିଁ ଅଭିଯୋଗ ଆଣିଛନ୍ତି । ତେବେ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ନିଜ ସଫେଇରେ ଟେକସିସ କହିଛନ୍ତି ପରୀକ୍ଷାର୍ଥୀଙ୍କର ନୈତିକ ମୂଲ୍ୟବୋଧ ବୋଲି କିଛି ନାହିଁ । କଲେଜରେ ପରସ୍ପରର ଖାତା ଦେଖି ଲେଖିବା ସାଧାରଣ ହୋଇଗଲାଣି । ତେଣୁ, ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ତେବେ ବିଶ୍ୱର ପ୍ରଥମ ଥର ପାଇଁ ଏଭଳି ଘଟିନାହିଁ । ୨୦୧୩ରେ ଥାଇଲାଣ୍ଡର ଏହି ଶିକ୍ଷାନୁଷ୍ଠାନରେ କପି ରୋକିବା ଲାଗି ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କାଗଜ ତିଆରି ହେଲମେଟ ପିନ୍ଧି, ପରୀକ୍ଷା ଦେବାକୁ କୁହାଯାଇଥିଲା ।