ଦେଶର ଅନ୍ନଦାତା ଉର୍ଜ୍ଜାଦାତା ହେବେ : ଧର୍ମେନ୍ଦ୍ର

ଦେଶର ଅନ୍ନଦାତା ଉର୍ଜ୍ଜାଦାତା ହେବେ : ଧର୍ମେନ୍ଦ୍ର

ଦେଶର ଅନ୍ନଦାତା ଉର୍ଜ୍ଜାଦାତା ହେବେ : ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ଦେଶର ଅନ୍ନଦାତା ଉର୍ଜ୍ଜାଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଦେଶର ଅନ୍ନଦାତାମାନଙ୍କୁ ଉର୍ଜ୍ଜାଦାତା କରିବା ସହ ସେମାନଙ୍କର ଆୟ ବଢ଼ାଇବା ପାଇଁ କେନ୍ଦ୍ର କ୍ୟାବିନେଟ ବିଭିନ୍ନ କୃଷି ଉପôାଦରୁ ପ୍ରସ୍ତୁତ ଇଥାନଲର ମୂଲ୍ୟ ବୃଦ୍ଧି କରିଛି । ଏହା ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଖୁ ଚାଷୀମାନେ ଲାଭବାନ ହେବେ । ଏହି ନିଷ୍ପତ୍ତି ପରିବେଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ସି ହେଭି ମୋଲେସରୁ ପ୍ରସ୍ତୁତ ଇଥାନଲର ମୂଲ୍ୟକୁ ୪୩.୪୬ ଟଙ୍କା ପ୍ରତି ଲିଟରରୁ ବଢ଼ାଇ ୪୩.୭୫ ଟଙ୍କା ପ୍ରତି ଲିଟର କରାଯାଇଛି । ସେହିପରି ବି ହେଭି ମୋଲେସରୁ ପ୍ରସ୍ତୁତ ଇଥାନଲର ମୂଲ୍ୟକୁ ୫୨.୪୩ ଟଙ୍କା ପ୍ରତି ଲିଟରରୁ ବଢ଼ାଇ ୫୪.୨୭ ଟଙ୍କା ପ୍ରତି ଲିଟର କରାଯାଇଛି । ଆଖୁ ରସ, ଚିନି, ଚିନି ସିରପରୁ ପ୍ରସ୍ତୁତ ଇଥାନଲର ମୂଲ୍ୟକୁ ୫୯.୪୮ ଟଙ୍କା ପ୍ରତି ଲିଟର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଇଥାନଲ ଯୋଗାଣ ବର୍ଷ ୨୦୧୯ ଡିସେମ୍ବର ୧ ରୁ ୨୦୨୦ ନଭେମ୍ବର ୩୦ ପାଇଁ ଏହା କାର୍ଯ୍ୟକାରୀ ହେବ ।