ଦୁଇଟି ଗାଡ଼ିକୁ ଚଲାଇବେ ଜଣେ ଚାଳକ

ଦୁଇଟି ଗାଡ଼ିକୁ ଚଲାଇବେ ଜଣେ ଚାଳକ

ଦୁଇଟି ଗାଡ଼ିକୁ ଚଲାଇବେ ଜଣେ ଚାଳକ
ନୂଆଦିଲ୍ଲୀ: ସ୍ୱୟଂ ଚାଳିତ କାରକୁ ନେଇ ବିଶ୍ୱର ଅନେକ କମ୍ପାନୀ ଗବେଷଣା ଜାରି ରଖିଛନ୍ତି । ଏଥିରେ କିଛି ପାଦ ଆଗକୁ ବଢ଼ିଛି ସ୍କୋଡା ଅଟୋ । ଏହା ଚେକ ଗଣରାଜ୍ୟର ଭିଏସବି ଟେକ୍ନିକାଲ ୟୁନିଭରସିଟି ଅଫ ଓଷ୍ଟ୍ରାଭା ସହ ମିଶି ଏକ ନୂତନ ପ୍ରଯୁକ୍ତି ବିକଶିତ କରିବା ଉପରେ କାର୍ଯ୍ୟ କରୁଛି ଯାହା ଚାଳକଙ୍କୁ ସହାୟତା ପ୍ରଦାନ କରିବ । ଉଭୟ ସଂସ୍ଥା ମିଶି ଫଲୋ ଦି ଭେଇକିଲ (ଗାଡ଼ିକୁ ଅନୁସରଣ କର) ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା ସଫଳ ହେଲେ ଜଣେ ଚାଳକ ଦୁଇଟି ଗାଡ଼ି ଚଳାଇପାରିବେ । ଆଗ ଗାଡ଼ିର ଚାଳକ ବସିବେ । ପଛରେ ଥିବା ଗାଡ଼ି ପାଇଁ ଚାଳକ ଦରକାର ନାହିଁ । ଆଗ ଗାଡ଼ିକୁ ଅନୁସରଣ କରି ପଛ ଗାଡ଼ିଟି ଚାଲିବ । ପ୍ରଥମ ଗାଡ଼ିରେ ବସିଥିବା ଚାଳକ ଉଭୟ ଗାଫିର ବେଗ, ରୁଟ, ଲେନ ଏବଂ ଅନ୍ୟାନ୍ୟ ମାନଦଣ୍ଡକୁ ନିୟନ୍ତ୍ରଣ କରିପାରିବ । ପ୍ରଥମ ଗାଡ଼ିରୁ ଦ୍ୱିତୀୟ ଗାଡ଼ି ଭିତରେ ୧୦ ମିଟରର ଦୂରତା ରହିବ । ରେଡିଓ ମାଧ୍ୟମରେ ପଛ ଗାଡ଼ିର ସମସ୍ତ ସୂଚନା ଆଗ ଗାଡ଼ିର ଚାଳକଙ୍କ ପାଖରେ ପହଞ୍ଚିବ । ତଥ୍ୟ ପ୍ରକି୍ରୟାକରଣ ପାଇଁ ଗାଡ଼ିରେ ସ୍ୱତନ୍ତ୍ର ସେନସର, ରାଡାର, କ୍ୟାମେରା ଓ ଯୋଗାଯୋଗର ଉପକରଣ ରହିଛି । ଏହାକୁ ବ୍ୟବହାର କରିବା କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ବୋଲି ସ୍କୋଡା ଅଟୋ ବୋର୍ଡର ସଦସ୍ୟ କି୍ରଷ୍ଟିଆନୋ ଷ୍ଟୁବେ କହିଛନ୍ତି । ସେ କହିଛନ୍ତି ଯେ ସ୍ୱୟଂକି୍ରୟା ଗାଡ଼ିଚାଳନା ପ୍ରଯୁକ୍ତି ବିକଶିତ କରିବାକୁ ସ୍କୋଡା ଅଟୋ ପ୍ରତିବଦ୍ଧ ରହିଛି । ନିକଟରେ ଆମେ ଯେଉଁ ଗବେଷଣା କରିଥିଲୁ ବୈଷୟିକ ଦୃଷ୍ଟିରୁ ତାହାର ମାନ ବହୁତ ଉଚ୍ଚରେ ରହିଛି ଏବଂ ଅନ୍ୟ ଉପଯୋଗୀ ପ୍ରଯୁକ୍ତି ଜରିଆରେ ଏହି ବ୍ୟବସ୍ଥାକୁ ବ୍ୟବହାର ମଧ୍ୟ କରାଯାଇପାରିବ ବୋଲି ସେ କହିଛନ୍ତି ।