ବିଶ୍ୱ ଐତିହ୍ୟ ୱାଟରଟନ୍

ବିଶ୍ୱ ଐତିହ୍ୟ ୱାଟରଟନ୍

ବିଶ୍ୱ ଐତିହ୍ୟ ୱାଟରଟନ୍
୧୯୯୫ରେ ‘ୱାଟରଟନ-ଗ୍ଲେସିଅର ଇଣ୍ଟରନ୍ୟାସନାଲ ପିସ ପାର୍କ’ ବିଶ୍ୱ ଐତିହ୍ୟ ଘୋଷିତହୋଇଥିଲା । ଏହା କାନାଡ଼ା ଅନ୍ତର୍ଗତ ଆଲବର୍ଟାର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ । ଏହା ୧୮୯୫ ରେ ଜାତୀୟ ଉଦ୍ୟାନର ମାନ୍ୟତା ଲାଭ କରିଥିଲା । ୧୯୩୨ ରେ ‘ରୋଟାରି ଇଣ୍ଟରନାସନାଲ’ ପକ୍ଷରୁ ଏହାକୁ ବିଶ୍ୱ ଶାନ୍ତି ପାଇଁ ଉତ୍ସର୍ଗୀକୃତ କରିଥିଲେ ସାର୍ ଚାର୍ଲସ ଆର୍ଥର ମେଣ୍ଡର । ଏହାର କ୍ଷେତ୍ରଫଳ ପ୍ରାୟ ୫୦୫ ବର୍ଗ କିଲୋମିଟର ଏବଂ ଅବସ୍ଥିତି ରକି ପର୍ବତ ଓ ପ୍ରେରୀ ଅଞ୍ଚଳ ମଧ୍ୟରେ । ଭିକ୍ଟୋରିଆନ ପ୍ରକୃତି ବିଜ୍ଞାନୀ ଓ ସଂରକ୍ଷକ ଚାର୍ଲସ ୱାଟରଟନ୍ଙ୍କ ନାମାନୁଯାୟୀ ଏହା ନାମିତ । ଏଠାରେ ୱାଟରଟନ୍ ନାମକ ବିଶାଳ ହ୍ରଦ ମଧ୍ୟ ଅଛି । ଏହି ହ୍ରଦ କାନାଡ଼ାର ଗଭୀରତମ । ଏହି ଜାତୀୟ ଉଦ୍ୟାନ ବର୍ଷ ତମାମ ପର୍ଯ୍ୟଟକଙ୍କ ଲାଗି ଖୋଲାରହେ । ଟ୍ରେକିଂ ହିଁ ପ୍ରମୁଖ ଆକର୍ଷଣ । ୨୦୧୭ ରେ ବନାଗ୍ନି ଯୋଗୁଁ ପ୍ରାୟ ୨୦୦ ବର୍ଗ କିଲୋମିଟର ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଅଶୀ ପ୍ରତିଶତ ପାଦଚଲା ରାସ୍ତା, ପର୍ଯ୍ୟଟକ ରହଣି କେନ୍ଦ୍ର ଆଦି ଧ୍ୱଂସ ହୋଇଯାଇଥିଲା । ଏ ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।