ଏମିତି ଏକ ସଡକ ଦୁର୍ଘଟଣା, ଯେଉଁଥିରେ କ୍ଷତି ହୋଇଛି ୩୦ କୋଟି ଟଙ୍କା

ଏମିତି ଏକ ସଡକ ଦୁର୍ଘଟଣା, ଯେଉଁଥିରେ କ୍ଷତି ହୋଇଛି ୩୦ କୋଟି ଟଙ୍କା

ଏମିତି ଏକ ସଡକ ଦୁର୍ଘଟଣା, ଯେଉଁଥିରେ କ୍ଷତି ହୋଇଛି ୩୦ କୋଟି ଟଙ୍କା
ମୁମ୍ବାଇ : ସଡକ ଦୁର୍ଘଟଣାରେ ପ୍ରଭୃତ କ୍ଷତି ଘଟିଥାଏ । ତେବେ ସ୍ୱିଜରଲ୍ୟାଣ୍ଡରେ ଏମିତି ଏକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ପ୍ରାୟ ୩୦ କୋଟି ଟଙ୍କାର କ୍ଷତି ଘଟିଛି । ସ୍ୱିଜରଲ୍ୟାଣ୍ଡର କାଣ୍ଟନ ଉରି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା କାରଣରୁ ପ୍ରାୟ ୩୦ କୋଟି ଟଙ୍କାର କ୍ଷତି ଘଟିଛି । କାଣ୍ଟନ ଉରିର ଗଟହାର୍ଡ ପ୍ୟାରିସ୍ ଅଞ୍ଚଳରେ ଏକ ମୋଟର ହୋମ୍କୁ ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୋଟର ହୋମ୍ ସହିତ ଏକ ମର୍ସିଡେଜ୍ ବେଞ୍ଜ ସି କ୍ଲାସ, ପୋର୍ସେ ୯୧୧ଏବଂ ବୁଗାଟି ଚିରନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ପ୍ରାୟ ୪୦ ଲକ୍ଷ ଡଲାରର କ୍ଷତି ଘଟିଥିଲା ଯାହାର ଭାରତୀୟ ମୂଲ୍ୟ ୨୯ କୋଟି ୮୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ମୋଟର ହୋମକୁ ଅତିକ୍ରମ କରିବାକୁ ବୁଗାଟି ଏବଂ ପୋର୍ସେ କାର ଚାଳକ ଚେଷ୍ଟା କରୁଥିବା ସମୟରେ ମୋଟର ହୋମଟି ନିଜର ବେଗ କମ କରି ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହାପରେ ବୁଗାଟି ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିବା ବେଳେ ପୋର୍ସେ କାରଟି ମୋଟର ହୋମକୁ ଧକ୍କା ଦେଇଥିଲା ।