ଭାରତ ହାରିବାରୁ ବିଷ ପିଇ ଦେଲେ ଯୁବକ

ଭାରତ ହାରିବାରୁ ବିଷ ପିଇ ଦେଲେ ଯୁବକ

ଭାରତ  ହାରିବାରୁ ବିଷ ପିଇ ଦେଲେ ଯୁବକ
କଳାହାଣ୍ଡି : ଗତ କାଲି ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଛି ଟିମ୍ ଇଣ୍ଡିଆ । ତେବେ ଏହି ପରାଜୟରେ ଅନେକ କ୍ରିଡାପ୍ରେମୀ ମର୍ମାହତ ମଧ୍ୟ ହୋଇଛନ୍ତି । ତେବେ ବିଶ୍ୱକପରୁ ଭାରତର ବିଦାୟକୁ ସହ୍ୟ କରିପାରି ନାହାନ୍ତି କଳାହାଣ୍ଡିର ଜଣେ ଯୁବକ । ଭାରତର ପରାଜୟ ପରେ ମର୍ମାହତ ହୋଇ ସେ ବିଷ ପିଇ ଆତ୍ମ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ନୂଆଗାଁ ପଞ୍ଚାୟତର ସିଙ୍ଗଭାଡି ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ବିଶ୍ୱକପ ୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ସେ ସହ୍ୟ ନକରି ପାରିବାରୁ ବିଷ ପିଇ ଆତ୍ମଦତ୍ୟା କରିବାକୁ ଉଦ୍ୟମ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ୱାରୁ ଭୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାସ୍ତରିତ କରାଯାଇଛି ।