ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କମନା କଲେ ମୁଖ୍ୟମନ୍ତ୍ରୀ

ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କମନା କଲେ ମୁଖ୍ୟମନ୍ତ୍ରୀ

ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି । ପ୍ରକାଶଙ୍କ ଆଶୁ ଆରୋଗ୍ୟ କମନା କରିବା ସହ ତାଙ୍କର ଚିକିତ୍ସା ବ୍ୟବସ୍ଥା ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ପ୍ରକାଶ ଯେ, ପ୍ରକାଶ ରାଓ ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେରେ ଯୋଗଦେବା ଯିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଡି.ପ୍ରକାଶ ରାଓଙ୍କର କଟକ ବକ୍ସି ବଜାରରେ ଚା’ ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢ଼ାନ୍ତି । ଏହା ସହିତ ସମାଜସେବା ମଧ୍ୟ କରନ୍ତି । ଏଥିପାଇଁ ସେ ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ‘ମନକି ବାତ୍‌’ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିବା ପରେ ସେ ଲୋକଲୋଚନକୁ ଆସିଥିଲେ । ଏହା ସହିତ କଟକ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।