ଲ୍ୟାବରେ ଉପôାଦନ ହେବ ମାଂସ

ଲ୍ୟାବରେ ଉପôାଦନ ହେବ ମାଂସ

ଲ୍ୟାବରେ ଉପôାଦନ ହେବ ମାଂସ
ଏଣିକି ମାସଂ ଖାଇବାକୁ ହେଲେ ଜୀବହତ୍ୟା କରିବାକୁ ପଡ଼ିବନି । କାହିଁକି ନା ଆଧୁନିକ କୌଶଳ ବ୍ୟବହାର କରି ବୈଜ୍ଞାନିକମାନେ ଲାବ ମାଧ୍ୟମରେ ମାଂସ ଉପôାଦନ କରିବାକୁ ସକ୍ଷମ ହୋଇଛନ୍ତି । ଲାବରେ ଉପôାଦିତ ଏହି ମାଂସର ସ୍ୱାଦ ଅବିକଳ ବଜାରରେ ବିକି୍ର ହେଉଥିବା ମାଂସ ଭଳି ରହିବ । ଆମେରିକୀୟ କମ୍ପାନୀ ‘ଜଷ୍ଟ ଇଟ’ ଏହି ମାଂସ ଉପôାଦନ କରିବ । ସିଙ୍ଗାପୁର ଫୁଡ ଏଜେନ୍ସିର ସେଫ୍ଟି ଟେଷ୍ଟରେ ଏହି ମାଂସ ସୁରକ୍ଷିତ ତଥା ପୁଷ୍ଟିକର ପ୍ରମାଣିତ ହୋଇଛି । ସିଙ୍ଗାପୁରରେ ଏହି ମାଂସ ବିକି୍ରକୁ ଅନୁମତି ମଧ୍ୟ ମିଳିଛି । ସୂଚନା ମୁତାବକ, ଅତ୍ୟାଧୁନିକ ବାୟୋରିଆକ୍ଟର ବ୍ୟବହାର କରି ଜୀବ କୋଷିକା ପ୍ରସ୍ତୁତ କରାଯିବ । କୋଷିକା ଗୁଡ଼ିକୁ ଖାଦ୍ୟ ଉପଯୋଗୀ ମାଂସରେ ବୃଦ୍ଧି କରାଯିବ । କୋଷିକା ଗୁଡ଼ିକ ବୃଦ୍ଧି କରିବା ପାଇଁ ବୃକ୍ଷରୁ ମିଳୁଥିବା ପୋଷକ ତତ୍ତ୍ୱ ବ୍ୟବହାର କରାଯିବ ବୋଲି ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାବରେ ମାଂସ ପ୍ରସ୍ତୁତ କରାଗଲେ ପରିବେଶ ଉପରେ ମଧ୍ୟ ଏହାର ସୁପ୍ରଭାବ ପଡ଼ିବ ।