୧୧ ବର୍ଷ ପରେ; ବିନା ଶତକରେ ବର୍ଷ ଶେଷ କଲେ ବିରାଟ
୧୧ ବର୍ଷ ପରେ; ବିନା ଶତକରେ ବର୍ଷ ଶେଷ କଲେ ବିରାଟ
admin
Dec 3, 2020 - 12:01
Updated: Dec 3, 2020 - 12:01
କାନବେରା: ଚଳିତ ବର୍ଷ ଭାରତୀୟ କି୍ରକେଟ ଦଳ ଶେଷ ଏକ ଦିବସୀୟ ମ୍ୟାଚ ବୁଡ଼ବାର କାନବେରାରେ ଅଷ୍ଟ୍ରେଲିଆ ସହ ଖେଳିଥିଲା । ଅଧିନୟକ ବିରାଟ କୋହଲି ଅଷ୍ଟ୍ରେଲିଆ ୩ୟ ତଥା ଅନ୍ତିମ ମ୍ୟାଚରେ ୬୩ ରନ କରି ଜୋସ ହାଜଲଉଡଙ୍କ ଶିକାର ହୋଇଥିଲେ । କୋହଲି ସିରିଜରେ କ୍ରମାଗତ ୩ୟ ଥର ପାଇଁ ହାଜେଲଉଡଙ୍କ ଶିକାର ହୋଇଥିଲେ । ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ ବର୍ଷ ପରେ ପ୍ରଥମ ଥର ପାଇଁ କୋହଲି ବିନା ଶତକ ମାରି ବର୍ଷ ଶେଷ କରିଛନ୍ତି । ବର୍ଷର ଶେଷ ମ୍ୟାଚରେ କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ । କୋହଲି ୨୦୦୮ ରେ ଦିନିକିଆ ପଦାର୍ପଣ କରିଥିଲେ । ଉକ୍ତ ବର୍ଷ କୋହଲି ଶତକ ଅର୍ଜନ କରିବାରେ ବିଫଳ ହୋଇଥିଲେ । ୨୦୦୯ ରୁ କୋହଲିଙ୍କ ବ୍ୟାଟରୁ ପ୍ରତିବର୍ଷ ଶତକ ବାହାରିଛି । ସେଥି ମଧ୍ୟରୁ ୨୦୧୭ ଓ ୨୦୧୮ ବର୍ଷରେ ୬ଟି ଲେଖାଏଁ ଓ ୨୦୧୯ ରେ ୫ଟି ଶତକ ଅର୍ଜନ କରିଥିଲେ । ଚଳିତ ବର୍ଷ ୨୦୨୦ ବର୍ଷରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଭାରତ ଅନ୍ତର୍ଜାତୀୟ କି୍ରକେଟକୁ ଫେରିଛି ।