ରାଜସ୍ଥାନ ବନାମ ହାଇଦ୍ରାବାଦ : ୱାର୍ଣ୍ଣରଙ୍କ ବୋଲିଂ ନିଷ୍ପତ୍ତି
ରାଜସ୍ଥାନ ବନାମ ହାଇଦ୍ରାବାଦ : ୱାର୍ଣ୍ଣରଙ୍କ ବୋଲିଂ ନିଷ୍ପତ୍ତି
admin
Oct 22, 2020 - 13:53
Updated: Oct 22, 2020 - 13:53
ଦୁବାଇ : ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ଆଇପିଏଲର ୪୦ ତମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ । ଦୁଇ ଅଷ୍ଟ୍ରେଲିୟ ଅଧିନାୟକ ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ପିଚରେ ପ୍ରଥମେ ବ୍ୟାଟିଂରେ ବିଜୟ ପ୍ରତିଶତ ଅଧିକ ରହିଥିବା ବେଳେ ୱାର୍ଣ୍ଣରଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ଏହି ମ୍ୟାଚ ପାଇଁ ହାଇଦ୍ରାବାଦ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । କେନ୍ ୱିଲିୟମସନଙ୍କ ସ୍ଥାନରେ ଜାସନ ହୋଲ୍ଡର ଏବଂ ବସିଲ ଥମ୍ପିଙ୍କ ସ୍ଥାନରେ ଶାହବାଜ ନଦୀମଙ୍କୁ ସାମିଲ କରାଯାଇଛି । ରାଜସ୍ଥାନର ଏକାଦଶ ଅପରିବର୍ତ୍ତିତ ରହିଛି ।