ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-୨୦
ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-୨୦
ନୂଆଦିଲ୍ଲୀ: ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚର ବିଜୟ ପରେ ଜୋସରେ ଟିମ୍ ଇଣ୍ଡିଆ । ଆଗୁଆ ସିରିଜ କବଜା ଲକ୍ଷ୍ୟରେ ଭାରତ । ୫ ମାସ ପରେ ଟି-ଟ୍ୱେଣ୍ଟିକୁ ଫେରିଥିବାରୁ କୋହଲିଙ୍କ ଉପରେ ନଜର ରହିଛି । ଏହି ମ୍ୟାଚ୍ ଜିତି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍ଜା କରିବା ଲକ୍ଷ୍ୟରେ ରହିବ ଭାରତ । ଟେଷ୍ଟ୍ ମ୍ୟାଚ୍ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି, ଋଷଭ ପନ୍ତ, ଯଶ୍ପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟର ଦଳକୁ ଫେରିଛନ୍ତି । ଫଳରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିବା ଚୂଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ସମ୍ଭାବନା ରହିଛି ।
ସବୁଠୁ ବଡ଼ କଥା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ କୋହଲି ୫ ମାସ ପରେ ଟ୍ବେଣ୍ଟି-୨୦କୁ ଫେରିବେ। ଫର୍ମରେ ନଥିବାରୁ ଏହି ବ୍ୟାଟର୍ ନିଜ ପୂରୁଣା ଚମକ ଫେରିପାଇବା ଲାଗି ଚେଷ୍ଟା କରିବେ । ସେ ଦୀପକ ହୁଦାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ହୁଦା ପ୍ରଥମ ଟ୍ବେଣ୍ଟି-୨୦ରେ ୧୭ ବଲ୍ରେ ୩୩ ରନ୍ କରି ଫର୍ମରେ ଥିବା ସୂଚନା ଦେଇଥିଲେ । ଏଥିପାଇଁ କୋହଲିଙ୍କ ଉପରେ ଚାପ ରହିପାରେ । ଯଦି ହୁଦା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଅଧିନାୟକ ରୋହିତ ଶର୍ମାଙ୍କ ସହ କୋହଲି ପାଳି ଆରମ୍ଭ କରିବାର ବିକଳ୍ପ ରହିଛି । ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି ବିଶ୍ରାମ ନେବାକୁ ଚାହୁଁଥିବାରୁ ବିଶ୍ବକପ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ୨ ମ୍ୟାଚ୍ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।