ବର୍ଷାରେ ୧୫ ମୃତ

ବର୍ଷାରେ ୧୫ ମୃତ

 ବର୍ଷାରେ ୧୫ ମୃତ

ନୂଆଦିଲ୍ଲୀ: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଛି । ଗତକାଲି ହୋଇଥିବା ଏହି ବାଦଲଫଟା ବର୍ଷାରେ ୧୫ ଜଣ ପ୍ରାଣ ହରାଇଛନ୍ତି । ଅନେକ ନିଖୋଜ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ବାଦଲ ଫାଟିବା ପରେ ପାଣି ଅମରନାଥ  ଗୁମ୍ଫା ନିକଟରେ ଥିବା ଟେଣ୍ଟକୁ ଧୋଇନେଇଥିଲା । ଏଥିରେ ଭକ୍ତମାନେ ଆଶ୍ରୟ ନେଇଥିଲେ ।  ଏହାପରେ  ଅମରନାଥ ଦର୍ଶନରେ ଯାଇଥିବା ଭକ୍ତଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଭାସିଯାଇଥିଲେ । ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି ।


ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ  ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।  ପ୍ରବଳ ପାଣି ଯୋଗୁଁ   ୩୦ରୁ ୪୦ ଟେଂଟ ଭାସିଯାଇଥିବା ଅନୁମାନ କରାଯାଉଛି । ହଠାତ ବାଦଲ ଫାଟିବା ଯୋଗୁଁ  ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାମରେ ହେଲିକପ୍ଟରର ସହାୟତା ନିଆଯାଉଛି ।ପାଗ ଅନୁକୂଳ ହେଲେ  ଯାତ୍ରା ପୁଣି ଆରମ୍ଭ ହେବ ବୋଲି  ପ୍ରଶାସନ କହିଛି ।