ଟ୍ୱିଟରକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଟ୍ୱିଟରକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଟ୍ୱିଟରକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଓ୍ବାଶିଂଟନ: ଟ୍ବିଟର କ୍ରୟ ଚୁକ୍ତିରୁ ଓହରି ଗଲେ ଟେସଲା ମୁଖ୍ୟ ତଥା ବିଶ୍ବର ସର୍ବାଧିକ ଧନଶାଳୀ ବ୍ୟକ୍ତି ଏଲନ ମସ୍କ । ଏନେଇ ଏଲନ ନିଜେ ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ୪୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ବିଶ୍ବର ସର୍ବାଧିକ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ଆପ କିଣିବା ପାଇଁ ଟ୍ବିଟର କର୍ତ୍ତୃପକ୍ଷ ଓ ଏଲନ ମସ୍କଙ୍କ ମଧ୍ୟରେ ଚୁକ୍ତିନାମା ସାକ୍ଷରିତ ହୋଇଥିଲା । ତେବେ ଗତ କିଛି ଦିନ ଧରି ଏଲନ ଟ୍ବିଟରର ପୂର୍ବ ତଥା ସ୍ପାମ ଓ ଫେକ ଆକାଉଣ୍ଟ ସମ୍ପର୍କିତ ସୂଚନା ପାଇବା ପାଇଁ କମ୍ପାନୀ ନିକଟରେ ସର୍ତ୍ତ ରଖିଥିଲେ । ଏହି ସବୁ ସୂଚନା ପ୍ରଦାନ କରିବାରେ ଟ୍ବିଟର ସହମତି ପ୍ରକାଶ ନକଲେ, ଚୁକ୍ତି ରଦ୍ଦ କରିବା ନେଇ ମଧ୍ୟ ମସ୍କ ପୂର୍ବରୁ ସୂଚନା ଦେଇ ସାରିଥିଲେ । ଆଜି ସେ ବିଧିବଦ୍ଧ ଭାବେ ଚୁକ୍ତି ଖାରଜ କରୁଥିବା ଘୋଷଣା କରିଛନ୍ତି ।

ଏଲନ ମସ୍କଙ୍କ ଏପରି ନିଷ୍ପତ୍ତି ପରେ ଟ୍ବିଟର ତାଙ୍କ ନାମରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ନିଷ୍ପତ୍ତି ସମ୍ପର୍କରେ ଏଲନ ମସ୍କଙ୍କ ଓକିଲ କହିଛନ୍ତି, କ୍ରୟ ପୂର୍ବରୁ ଫେକ ଓ ସ୍ପାମ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଚାହିଁଥିଲେ ଏଲନ । କିନ୍ତୁ ଏକାଧିକ ଅନୁରୋଧ ପରେ ମଧ୍ୟ ସଂସ୍ଥା ଏନେଇ କୌଣସି ଆଗ୍ରହ ପ୍ରକାଶ କରି ନଥିଲା । କମ୍ପାନୀର ବିଜିନେସ ଦୃଷ୍ଟିରୁ ଏପରି ତଥ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଚୁକ୍ତି ଖାରଜ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଏଲନ ମସ୍କଙ୍କ ଓକିଲ ପ୍ରକାଶ କରିଛନ୍ତି ।ପ୍ରଥମେ ମସ୍କ ଏହି ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟର ଅଂଶଧନ କିଣିବା ପାଇଁ ଚାହିଁଥିଲେ । ପରେ ସେ ସମ୍ପୂର୍ଣ୍ଣ ମାଲିକାନା ଗ୍ରହଣ କରିବା ଦିଗରେ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ । ଟ୍ବିଟର ଓ ମସ୍କଙ୍କ ମଧ୍ୟରେ ୪୪ ବିଲିୟନ ଆମେରିକୀୟ ଡଲାର ବିନିମୟରେ ଏହି କ୍ରୟଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ତେବେ କ୍ରୟ ପରେ ଏଲନ ମସ୍କ ଟ୍ବିଟରରେ କିଛି ପରବର୍ତ୍ତନ ସହ ସର୍ତ୍ତାବଳୀରେ ମଧ୍ୟ କିଛି କୋହଳ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।