ପୁଣି ଦିଲ୍ଲୀରେ ଲାଗିବ ଯୁଗ୍ମ-ଅଯୁଗ୍ମ ଗାଡ଼ି

ପୁଣି ଦିଲ୍ଲୀରେ ଲାଗିବ ଯୁଗ୍ମ-ଅଯୁଗ୍ମ ଗାଡ଼ି

ପୁଣି ଦିଲ୍ଲୀରେ ଲାଗିବ  ଯୁଗ୍ମ-ଅଯୁଗ୍ମ ଗାଡ଼ି
ନୂଆଦିଲ୍ଲୀ: ବର୍ଦ୍ଧିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ୪ ତାରିଖରୁ ୧୫ ତାରିଖ ଯାଏ ରାଜ୍ୟରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବେ। ତେବେ ଏହି ଯଗ୍ମ-ଅଯୁଗ୍ମ ନିମୟରୁ ସ୍କୁଲ ପିଲାଙ୍କୁ ନେଇ ଯିବା ଆସିବା କରୁଥିବା ସମସ୍ତ ଗାଡ଼ି ବାଦ୍‌ ପଡ଼ିବେ। ଗାଡ଼ିଗୁଡ଼ିକ ମଧ୍ୟରେ ସ୍କୁଲ ୟୁନିଫର୍ମରେ ପିଲା ରହିଥିଲେ ହେଁ ତାଙ୍କ ଠାରୁ ଫାଇନ ଆଦାୟ କରାଯିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ତେବେ ସ୍କୁଲ ପିଲାଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଗୁଡ଼ିକୁ କେମିତି ଚିହ୍ନଟ ହେବ ବୋଲି ପ୍ରଶ୍ନର ଉତ୍ତର ଦିଲ୍ଲୀ ସରକାର ଦେଇ ନାହାନ୍ତି। ଏସମ୍ପର୍କରେ ସୂଚନା ପରେ ଦିଆଯିବ ବୋଲି ଖୋଦ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ସେହିପରି ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ପୂର୍ବରୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା। ତେବେ ଏହି ଜୋରିମାନା ଅର୍ଥକୁ ଏବେ ୪ ହଜାର କରାଯାଇଛି। ଯୁଗ୍ମ ଅଯୁଗ୍ମ ଫର୍ମୁଲା ସକାଳ ୮ଟାରୁ ରାତି ୮ଟା ଯାଏ ଲାଗୁ ହେବ। ବାଇକ୍‌ ଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ବିଧାନସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଷ୍ଟ୍ରଦୂତଙ୍କ ଗାଡ଼ିଗୁଡ଼ିକ ପୂର୍ବଭଳି ଯିବା ଆସିବା କରିବ।