ଚିନ୍ନୟାନନ୍ଦ ମାମଲା : ଗିରଫ ହେଲେ ଆଇନ ଛାତ୍ରୀ

ଚିନ୍ନୟାନନ୍ଦ ମାମଲା : ଗିରଫ ହେଲେ ଆଇନ ଛାତ୍ରୀ

ଚିନ୍ନୟାନନ୍ଦ ମାମଲା : ଗିରଫ ହେଲେ ଆଇନ ଛାତ୍ରୀ
ଶାହାଜାହନପୁର : ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଆଇନ ଛାତ୍ରୀଙ୍କୁ ଆଜି ବ୍ଲାକମେଲିଂ ମାମଲାରେ ଏସଆଇଟି ଗିରଫ କରିଛି । ଉତ୍ତରପ୍ରଦେଶ ପୁଲିସ ଏସ୍ଆଇଟି ଦ୍ୱାରା ଆଜି ପୂର୍ବାହ୍ନ ସାଢେ଼ ୯ଟା ବେଳେ ଆଇନ ଛାତ୍ରୀଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି । ପରେ ମେଡିକାଲ ଟେଷ୍ଟ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସିଜେଏମ ଅଦାଲତ ଆଇନ ଛାତ୍ରୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ଏସଆଇଟିର ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ରୀ ଜଣଙ୍କ ବ୍ଲାକମେଲିଂ କରିଥିବା ସ୍ୱୀକାର କରିଛନ୍ତି । ୩ ଜଣଙ୍କ ସହ ମିଶି ସେ ବଳପୂର୍ବକ ଅର୍ଥ ଆଦାୟ ପାଇଁ ଲଗାତର ଧମକ ଦେଉଥିଲେ ଏବଂ ଏ ବାବଦରେ ଡିଜିଟାଲ ପ୍ରମାଣ ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ବୋଲି ଏସଆଇଟିର ଜଣେ ଅଧିକାରୀ କହିଛନ୍ତି । ଚିନ୍ମୟାନନ୍ଦଙ୍କଠାରୁ ୫ କୋଟି ଟଙ୍କା ଦାବି କରାଯାଇଥିବା ନେଇ ଏସଆଇଟି ନିକଟରେ ବଳିଷ୍ଠ ପ୍ରମାଣ ଥିବା କୁହାଯାଇଛି । ଅନ୍ୟ ପକ୍ଷରେ ଆଜି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଚିନ୍ମୟାନନ୍ଦ ଆଉ ଦଳର ସଦସ୍ୟ ନାହାନ୍ତି ଏବଂ ସେ ବହୁ ବର୍ଷ ପୂର୍ବରୁ ଦଳରୁ ବିଦାୟ ନେଇସାରିଛନ୍ତି ।