ଚର୍ଚ୍ଚାରେ ସୋନାକ୍ଷୀଙ୍କ ରାମାୟଣ ଜ୍ଞାନ

ଚର୍ଚ୍ଚାରେ ସୋନାକ୍ଷୀଙ୍କ ରାମାୟଣ ଜ୍ଞାନ

ଚର୍ଚ୍ଚାରେ ସୋନାକ୍ଷୀଙ୍କ ରାମାୟଣ ଜ୍ଞାନ
ମୁମ୍ବାଇ : କୌନ୍ ବନେଗା କରୋଡ଼ପତି'ରେ ଏକ ସରଳ ପ୍ରଶ୍ନର ଉତ୍ତର ଦେଇ ନ ପାରି ଉପହସିତ ହୋଇଛନ୍ତି ସୋନାକ୍ଷୀ ସିହ୍ନା । ପ୍ରୋଗ୍ରାମ୍ ହୋଷ୍ଟ ଅମିତାଭ ବଚ୍ଚନ ପଚାରିଥିବା ପ୍ରଶ୍ନଟି ଥିଲା: ହନୁମାନ୍ କାହା ପାଇଁ ସଞ୍ଜୀବନୀ ଗୁଳ୍ମ ଆଣିଥିଲେ? ସୋନାକ୍ଷୀଙ୍କୁ ଏହି "ରାମାୟଣ' ଆଧାରିତ ସରଳ ପ୍ରଶ୍ନର ଉତ୍ତର ଜଣା ନଥିବାରୁ ହଡ଼ବଡେ଼ଇ ଯାଇଥିଲେ । ପ୍ରଥମେ ଅନୁମାନ ଲଗାଇ ଉତ୍ତର ଦେଇଥିଲେ- ସୀତା । ତାହା ପରେ କହିଥିଲେ- ରାମ । ଶେଷରେ ଦର୍ଶକଙ୍କଠାରୁ ଉତ୍ତର ଚାହିଥିଲେ । ତାଙ୍କର "ରାମାୟଣ' ଜ୍ଞାନକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଥଟ୍ଟା-ପରିହାସର ସୁଅ ଛୁଟିଛି । କାରଣ, ସୋନାକ୍ଷୀଙ୍କ ପରିବାର "ରାମାୟଣ' ଦ୍ୱାରା ବିଶେଷ ପ୍ରଭାବିତ ବୋଲି କୁହାଯାଏ । ସୋନାକ୍ଷୀଙ୍କ ପିତା ହେଉଛନ୍ତି ଖ୍ୟାତନାମା ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା । ଶତ୍ରୁଘ୍ନଙ୍କ ବଡ଼ ଭାଇମାନଙ୍କ ନାମ- ରାମ, ଲକ୍ଷ୍ମଣ ଓ ଭରତ । ସୋନାକ୍ଷୀଙ୍କ ଦୁଇ ଭାଇଙ୍କ ନାମ- ଲବ ଓ କୁଶ । ପିତାଙ୍କ ବାସଭବନର ନାମ- ରାମାୟଣ । "ରାମାୟଣ' ସହ ଏତେ ଏତେ ସମ୍ପର୍କ ଥାଇ, ଏ ସମ୍ପର୍କିତ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।