ଜାଣନ୍ତୁ ଭାରତୀୟ ଖାଦ୍ୟର ଆଦର

ଜାଣନ୍ତୁ ଭାରତୀୟ ଖାଦ୍ୟର ଆଦର

 ଜାଣନ୍ତୁ ଭାରତୀୟ ଖାଦ୍ୟର ଆଦର
୨୦୧୯ ଜାନୁଆରୀ ଶେଷ ସପ୍ତାହର ଘଟଣା । ଫ୍ରାନ୍ସରୁ ଏକ ମଧ୍ୟବୟସ୍କ ଦାମ୍ପତି ସେମାନଙ୍କ ୧୯ ବର୍ଷୀୟ ପୁଅ ଲିଥେସଙ୍କ ସହ ଭାରତ ଭ୍ରମଣରେ ଆସିଥିଲେ ।ପୂରା ପରିବାର ପିଜ୍ଜା ଖାଇବା ପାଇଁ ସଦାସର୍ବଦା ବ୍ୟାକୁଳ ଥାନ୍ତି । ଫ୍ରାନ୍ସ ର ଗଳିକନ୍ଦିରେ ମଧ୍ୟ ବିଭିନ୍ନ ସୁଆଦିଆ ପିଜ୍ଜା ମିଳିଥାଏ । ଭାରତ ଆସିବା ପୂର୍ବରୁ ଲିଥେଓ ଇଂଟରନେଟରୁ ଅବଗତ ହୋଇଥିଲେ ଯେ ଭାରତରେ ସୁଆଦିଆ ଖାଦ୍ୟ ମିଳିଥାଏ ସତ, କିନ୍ତୁ ସେସବୁ ଖୁବ ମସଲାରେ ପ୍ରସ୍ତୁତ କରାଯାଏ । ଏହା ସହ ତାଙ୍କ ଫାନ୍ସ ଷ୍ଟାଇଲର ପିଜ୍ଜା ଏଠାରେ ମିଳିବ ନାହିଁ ବୋଲି ଆଶଙ୍କାରେ ସେମାନେ ପହଂଚିଲେ । ଫରାସୀ ଢାଚାର ଏଇ ସହରକୁ ମାତ୍ର କିଛି ଘଂଟାରେ ଏଇ ଫ୍ରାନ୍ସ ପରିବାର ଆଦରି ନେଲା । ପହଂଚିବା ପରେ ପ୍ରଥମେ ସେମାନେ ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଖାଇଲେ । ଖୁବ ସ୍ୱାଦିଷ୍ଟ ଥିଲା, କିନ୍ତୁ ଲିଥେସଙ୍କ ମନ ପିଜ୍ଜା ପାଖରେ ଥାଏ । ସାନ୍ଧ୍ୟ ଭ୍ରମଣରେ ସମୁଦ୍ରକୂଳ ପାଖରେ ବୁଲଉଥିବା ସମୟରେ ଏକ କାଫେ ତାଙ୍କ ଦୃଷ୍ଟିରେ ଆସିଲା । ବେଶୀ ଚାକଚକ୍ୟ ନଥିଲା କିନ୍ତୁ ବହାହରେ ମେନୁ ଲଖାଥିଲା ଯେ ଇଟାଲିଆନ ପିଜ୍ଜା ଏଠାରେ ଉପଲବ୍ଧ । ତୁରନ୍ତ ଏଇ ଫରାସୀ ପରିବାର ଭିତରକୁ ଯାଇ ବାରଦ ଦେଲା ପିଜ୍ଜା । କିଛି କ୍ଷଣରେ ସେମାନଙ୍କୁ ମିଳିଲା ପିଜ୍ଜା । ଖାଇବା ପରେ ଲିଥେଓ ଆଶ୍ଚର୍ଯ୍ୟ ହେଲେ ଯେ ଭାରତରେ ଏଭଳି ସ୍ୱାଦର ପିଜ୍ଜା ମକ୍ଟମକ୍ଟବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଏହା ଇଟାଲୀ ପିଜ୍ଜାଠାରୁ ମଧ୍ୟ ଅଧିକ ସୁଆଦିଆ ବୋଲି ସେ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ।