ବୁଥ୍ କୁ ଗଲେ ପୁଲିଂ କର୍ମଚାରୀ

ବୁଥ୍ କୁ ଗଲେ ପୁଲିଂ କର୍ମଚାରୀ

ବୁଥ୍ କୁ ଗଲେ ପୁଲିଂ କର୍ମଚାରୀ
ଭୁବନେଶ୍ୱର : ଆସନ୍ତା ୧୧ ତାରିଖରେ ରାଜ୍ୟର ୪ ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପୁଲିଂ ଅଫିସର ମାନେ ଇଭିଏମ୍ ମେସିନ୍ ସହିତ ବିଭିନ୍ନ ବୁଥ୍ କୁ ଯାଇଛନ୍ତି । ମାଓବାଦୀ ଅଂଚଳ ମାନଙ୍କରେ ଶାନ୍ତିଶୃଙ୍କଳା ସହିତ ନିର୍ବାଚନ କରିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଛତିଶଗଡ ଓ ଆନ୍ଧ୍ର ସୀମାନ୍ତରେ ରହିଥିବା ମାଓ ପ୍ରବଣ ଅଂଚଳରେ କୁମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ସମ୍ପୃକ୍ତ ଅଂଚଳ ମାନଙ୍କରେ ୨୪ ଘଂଟିଆ ପେଟ୍ରୋଲିଂ କରାଯିବ । ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପୋଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ଏଥିରେ ୧୪ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୧୧୨ ଜଣ ସବଇନ୍ସପେକ୍ଟର, ୫୭ ହାବିଲଦାର ଓ ୪୬୮ ଜଣ କନଷ୍ଟେବଳ, ୪୪୦ ଜଣ ହୋମଗାର୍ଡ, ୨୭୭ ଜଣ ଗ୍ରାମରଖିଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ୧୩ ପ୍ଲାଟୁନ ପୁଲିସ ଫୋର୍ସ ଓ ୨ ଯୁନିଟ୍ ସିଆରପିଏଫ ଯବାନ ନିୟୋଜିତ ଅଛନ୍ତି ।