ନିକଙ୍କ ପାଇଁ ଭାରତରେ ସ୍ୱତନ୍ତ୍ର ଚର୍ଚ୍ଚା

ନିକଙ୍କ ପାଇଁ ଭାରତରେ ସ୍ୱତନ୍ତ୍ର ଚର୍ଚ୍ଚା

ନିକଙ୍କ  ପାଇଁ ଭାରତରେ ସ୍ୱତନ୍ତ୍ର ଚର୍ଚ୍ଚା
ପୂର୍ବତନ ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଗତ ବର୍ଷ ଆମେରିକାର ଲୋକପି୍ରୟ ଗାୟକ ତଥା ଅଭିନେତା ନିକ୍ ଜୋନସଙ୍କୁ ବିବାହ କରିଥିଲେ । ଏ ଭିତରେ ନିକ୍ ବରାବର ପତ୍ନୀଙ୍କ ସହ ଭାରତ ଆସୁଛନ୍ତି । ମୁମ୍ବାଇ ଆସିଲେ ଶ୍ୱଶୁର ଘରେ ଓ ବନ୍ଧୁ ବାନ୍ଧବଙ୍କ ଘରେ ନିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୁଏ । ବିଶେଷ କରି ଖାଦ୍ୟ ପାନୀୟ ନିମନ୍ତେ, କାରଣ ନିକ୍ ପିଲାଦିନୁ ଟାଇପ୍-୧ ମଧୁମେହ ରୋଗରେ ଆକ୍ରାନ୍ତ । ପି୍ରୟଙ୍କାଙ୍କ ମା’ମଧୁମାଳତୀ ଜ୍ୱାଇଁଙ୍କ ଚର୍ଚ୍ଚାରେ ଆଦୌ ହେଳା କରୁନଥିବା ବେଳେ କୌଣସି ବ୍ୟଞ୍ଜନରେ ଚିନି ଯେପରି ଉପଯୋଗ ନ ହୁଏ, ସେଥିପାଇଁ ସେ ଦୃଷ୍ଟି ରଖିଛନ୍ତି । ନିକ୍ କିଛି ଦିନ ତଳେ ଏକ ସାକ୍ଷାତକାରରେ କହିଛନ୍ତି, ମାତ୍ର ୧୩ ବର୍ଷ ହୋଇଥିବା ବେଳେ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତାଙ୍କ ବାପା, ମା ବ୍ୟସ୍ତ ହୋଇଯାଇଥିଲେ । ଦିନେ ଏଭଳି ପରିସ୍ଥିତି ହୋଇଥିଲା ଯେ ନିକ୍ଙ୍କୁ ଲାଗିଥିଲା, କିଛି କ୍ଷଣରେ ସେ କୋମାକୁ ଚାଲିଯିବେ । ଏଇ ଘଟଣାରେ ନିକଙ୍କ ମା’ତାଙ୍କ ପାଇଁ ସ୍ୱତନ୍ତ୍ର ଡାଏଟ୍ ଚାର୍ଟ ପ୍ରସ୍ତୁତ କରିଥିଲେ । ନିକ୍ ଏବେ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବାର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି ।