ନିର୍ବାଚନ ପାଇଁ ବଢୁଛି ସସପେନ୍ସ : ହାୱାରେ ହାଇଲାଇଟ୍ ହେବାକୁ ଚାହୁଁଛନ୍ତି ପ୍ରାର୍ଥୀ

ନିର୍ବାଚନ ପାଇଁ ବଢୁଛି ସସପେନ୍ସ : ହାୱାରେ ହାଇଲାଇଟ୍ ହେବାକୁ ଚାହୁଁଛନ୍ତି ପ୍ରାର୍ଥୀ

ନିର୍ବାଚନ ପାଇଁ ବଢୁଛି ସସପେନ୍ସ  : ହାୱାରେ ହାଇଲାଇଟ୍ ହେବାକୁ ଚାହୁଁଛନ୍ତି ପ୍ରାର୍ଥୀ
ପୁରୀ : ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଋତୁ ପଡେ । ଦୋଳଘଂଟ ବାଜିଲା ପରେ ଠାକୁରମାନେ ଗାଁ ଗାଁରେ ବିଜେ କରନ୍ତି । ସେହିପରି ନିର୍ବାଜନୀ ଘଂଟ ବାଜିଲେ ନେତାମାନେ ଗାଁରେ ଗାଁରେ ଭୋଟରଙ୍କୁ ଭଗବାନ ଭାବି ଭୋଟ ଦେବାପାଇଁ ପ୍ରାର୍ଥନା କରିଥାନ୍ତି । ପ୍ରତିଶୃତି ପରେ ପ୍ରତିଶୃତି ଦେଇଥାନ୍ତି । ଗ୍ରାମପଂଚାୟତ, ବ୍ଳକ ଓ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ କହିଥାନ୍ତି । ଉପକୂଳବର୍ତୀ ଜିଲ୍ଲା ପୁରୀ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ କେତେକ ପ୍ରାର୍ଥୀ ଗାଁ କୋଠଘରେ ରହିବା ସହ ଗାଁ ପୋଖରୀରେ ଗାଧୋଇବା, କ୍ଲବଘରେ ଯୁବକଙ୍କୁ ଏକାଠି କରାଇବା, ଗରିବଙ୍କ ଚାଳଘରେ ବସି ପଖାଳ ଖାଇବା ଓ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରିଥାନ୍ତି । ପ୍ରାର୍ଥୀମାନେ ଜିତିବା ପାଇଁ ବିଭିନ୍ନ ପ୍ରକାର ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛନ୍ତି । କେଉଁ ଗାଁର କିଏ ମୁଖିଆ, କାହାକୁ ଆପାୟିତ କଲେ ଭୋଟ ହାତେଇବା ସୁବିଧା ହେବ, କେଉଁ ବୁଥରେ କିଏ ଏଜେଂଟ ରହିବ, କେଉଁ ଛକରେ ନିର୍ବାଚନୀ ସଭା ହେବ ସେ ସଂପର୍କରେ ଘମାଘଟ ତର୍ଜମା ଚାଲିଛି । ବିଭିନ୍ନ ଦଳର ଦଳୀୟ ଅର୍ନ୍ତଦ୍ୱନ୍ଦ, ଆଶାୟୀଙ୍କ ଆଶାଭଙ୍ଗ ଯୋଗୁଁ ଉଷ୍ମ ହେଉଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ରାଜନୀତି । ହାୱାରେ ହାଇ ଲାଇଟ ହେବାକୁ ଚାହୁଛନ୍ତି ଅନେକ ପ୍ରାର୍ଥୀ । ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ଏବେ ଗାଁ ମୁହାଁ ହୋଇଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ବିଭିନ୍ନ ରଙ୍ଗୀନ ସ୍ୱପ୍ନ ଦେଖାଉଛନ୍ତି । ବିଶେଷ କରି ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜୁ ଜନତାଦଳର ପ୍ରାର୍ଥୀ ମହେଶ୍ୱର ମହାନ୍ତି ଓ ଭାରତୀୟ ଜନତା ପାର୍ଟିର ଜୟନ୍ତ କୁମାର ଷଡଙ୍ଗୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବା ନେଇ ଆଭାଷ ମିଳୁଛି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଜୟନ୍ତଙ୍କ ବିରାଟ ପଟୁଆର ଦେଖି ସହରବାସୀ ଚକିତ ହୋଇଯାଇଛନ୍ତି । ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଜୟ ଦାସବର୍ମା ଓ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମଧ୍ୟରେ ମେକ ଟୁ ମେକ ଫାଇଟ ହେବାର ସମ୍ଭାବନା ରହିଛି । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ଉମାକାନ୍ତ ସାମନ୍ତରାୟ ଓ ବିଜେପିର ଓମ୍ ପ୍ରକାଶ ମିଶ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ପିପିଲିରେ ବିଜେଡିର ପ୍ରଦୀପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଜିଲ୍ଲାର ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି । ଅନ୍ୟପକ୍ଷରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାରରେ ଆଗୁଆ ଥିବାବେଳେ ପିନାକୀଙ୍କ ପ୍ରଚାର ଆରମ୍ଭ ହୋଇନାହିଁ ।