ବିବାହକୁ ସ୍ୱୀକାର କଲେ ରାକ୍ଷୀ

ବିବାହକୁ ସ୍ୱୀକାର କଲେ ରାକ୍ଷୀ

ବିବାହକୁ ସ୍ୱୀକାର କଲେ ରାକ୍ଷୀ
ନୃତ୍ୟାଙ୍ଗନା ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଜଣେ ପ୍ରବାସୀ ଭାରତୀୟଙ୍କୁ ଗୋପନରେ ବିବାହ କରିଥିବା ଚର୍ଚ୍ଚା ହେଉଥିଲା । ଏ ବାବଦରେ ସେ ମୁହଁ ଖୋଲୁନଥିଲେ । ଏବେ ପ୍ରଥମ ଥର ପାଇଁ ରାକ୍ଷୀ ନିଜର ବିବାହ ଖବର ଉପରେ ମୋହର ମାରିବା ସହିତ ମଥାରେ ସିନ୍ଦୂର ଏବଂ ମେହେନ୍ଦୀ ଲଗା ହାତରେ ଚୁଡି ପିନ୍ଧିଥିବାର ଫଟୋ ସୋସିଆଲ ମିଡିଆରେ ଛାଡ଼ିଛନ୍ତି । ତାଙ୍କ ପତିଙ୍କ ନାଁ ରିତେଶ । ସେ ଇଂଲଣ୍ଡରେ ଅବସ୍ଥାପିତ । ରିତେଶ ରାକ୍ଷୀଙ୍କର ଜଣେ ବଡ଼ ପ୍ରଶଂସକ । ଦେଢ଼ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା । ରାକ୍ଷୀଙ୍କ ସହ ପ୍ରଥମେ ହ୍ୱାଟସ ଆପରେ ରିତେଶ ଯୋଗାଯୋଗ କରିଥିଲେ । ଦୁହିଁଙ୍କ ମଧ୍ୟରେ କ୍ରମେ ଘନିଷ୍ଠତା ବଢ଼ିବା ପରେ ଉଭୟେ ଜୀବନସାଥୀ ବନିଥିବା ରାକ୍ଷୀ ଫଟୋ ତଳେ ଉଲ୍ଲେଖ କରିଛନ୍ତି । ପତିଙ୍କ ପାଖକୁ ରାକ୍ଷୀ ଖୁବ୍ ଶୀଘ୍ର ଚାଲିଯିବେ । ତେବେ ଭାରତୀୟ ଫିଲ୍ମ କିମ୍ବା ଟେଲିଭିଜନ ଦୁନିଆରୁ ଦୂରେଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।