ଦୀର୍ଘାୟୁ ହୋଇଥାନ୍ତି ଏହି ବ୍ୟକ୍ତି ।

ଦୀର୍ଘାୟୁ ହୋଇଥାନ୍ତି ଏହି ବ୍ୟକ୍ତି ।

ଦୀର୍ଘାୟୁ ହୋଇଥାନ୍ତି ଏହି ବ୍ୟକ୍ତି ।
ସମସ୍ତଙ୍କ ଚିନ୍ତାଧାରା ଭିନ୍ନ ଭିନ୍ନ । କେହି ଖୁବ୍ ଟଙ୍କା ସଞ୍ଚୟ କରିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ କେହି ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି । ଭିନ୍ନ ଚିନ୍ତାଧାରା ଆମ ଆୟୁଷ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଆମେରିକାର ଗବେଷକ ଦଳ ୬୫ ବର୍ଷ ପାର ହୋଇଥିବା ୨୫ ହଜାର ଲୋକଙ୍କୁ ଅନ୍ତର୍ଗତ କରି ପରୀକ୍ଷା ଆରମ୍ଭ କରିଥିଲେ । ଦୀର୍ଘ ୧୦ ବର୍ଷ କାଳ ସେମାନଙ୍କ ଉପରେ ଅନୁଧ୍ୟାନ ହୋଇଥିଲା । ସମସ୍ତଙ୍କ ବୃତ୍ତି ଭିନ୍ନ ଥିଲା । ଅବସରପ୍ରାପ୍ତ ଡାକ୍ତର, ଇଞ୍ଜିନିୟର, ଶିଳ୍ପପତି ଓ ସାଧାରଣ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିଲେ । ଯେଉଁ ବର୍ଗର ଲୋକ ଧନୀ ହେବା ସହ କୃପଣ ଥିଲେ, ସେମାନେ ଏକ ସୁସ୍ଥ ତଥା ଦୀର୍ଘାୟୁ ଜୀବନ ଅତିବାହିତ କରୁଛନ୍ତି । ମହିଳାଙ୍କ ତୁଳନାରେ ପୁରୁଷବର୍ଗ କୃପଣତାର ଆଗରେ ଥିବାର ଗବେଷକଙ୍କ ମତ । ଏଇ ବର୍ଗର ଲୋକ ନିଜ ପିଲାଙ୍କ ମଧ୍ୟ ଟଙ୍କା ଦେବାରେ ଅଗ୍ରାହୀ ନଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା ଦେଖି ସେମାନଙ୍କୁ ଆତ୍ମ ସନ୍ତୋଷ ମିଳୁଥିବାର ପ୍ରକାଶ କରିଛନ୍ତି ।