ଏହି ଜୋତାର ମୂଲ୍ୟ ୨୦ ହଜାର ଟଙ୍କା

ଏହି ଜୋତାର ମୂଲ୍ୟ ୨୦ ହଜାର ଟଙ୍କା

ଜାପାନର ଏକ ନାମୀ କମ୍ପାନୀ ଅତ୍ୟାଧୁନିକ ହାଇ ଟେକ୍ ଜୋତା ତିଆରି କରିଛି, ଯାହାକୁ ବିଶ୍ୱସ୍ତରରେ ପ୍ରଶଂସିତ କରାଯାଇଛି । କମ୍ପାନୀ ମୁଖ୍ୟ ନିକଙ୍କ କହିବାନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜୋତା ହୋଟେଲରେ ବ୍ୟବହାର କରାଯିବ । ଜୋତାକୁ ଆପଣ ଯେଉଁଠି ରଖିଥିଲେ ତାହା ହଜିବ ନାହିଁ । କାରଣ ଏଥିରେ ଲାଗିଥିବା ସେନସର ସହାୟତାରେ ଜୋତା କେଉଁଠି ଅଛି, ଜଣାପଡ଼ିଯିବ । ଅନ୍ୟପାଖେ ଜୋତାକୁ ଆପଣ ଯଦି ଖଟ ପାଖରେ ରଖୁଛନ୍ତି ତେବେ କିଛି ସମୟ ପରେ ଜୋତାଟି ଆପେ ଆପେ ଷ୍ଟାଣ୍ଡ ପାଖକୁ ଚାଲିଯିବ । ଜୋତାରେ ଦୁଇଟି ଛୋଟ ଛୋଟ ଚକ ମଧ୍ୟ ଲାଗିଛି । ପ୍ରୋ ପାଇଲଟ ଜ୍ଞାନକୌଶଳରେ ଜୋତାଟି ଚାଲୁଥିବାର କମ୍ପାନୀ ମୁଖ୍ୟ ପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ଏହି ଜୋତା ବଜାରରେ ଉପଲବ୍ଧ ହେବ ଓ ଏହାର ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।