ବିଦ୍ୟାଳୟରେ ମେଣ୍ଢାଙ୍କ ଆଡମିସନ୍

ବିଦ୍ୟାଳୟରେ ମେଣ୍ଢାଙ୍କ ଆଡମିସନ୍

ବିଦ୍ୟାଳୟରେ ମେଣ୍ଢାଙ୍କ ଆଡମିସନ୍
ଫ୍ରାନ୍ସରେ ଥିବା କ୍ରେଟ୍ସ ଏନ୍ ବେଳେଡୋନ ସହରର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ସେହି ସହରରେ ଥିବା ୧୫ ଟି ମେଣ୍ଢାଙ୍କୁ ବିଦ୍ୟାଳୟରେ ପ୍ରବେଶ ମିଳିଛି । ପ୍ରବେଶ ସମୟରେ ମାଲିକମାନେ ମେଣ୍ଢାଙ୍କ ଜନ୍ମ ପ୍ରମାଣ ପତ୍ର ଦେଖାଇ ବିଦ୍ୟାଳୟରେ ପ୍ରବେଶ କରାଇଥିଲେ । ମେଣ୍ଢାଙ୍କ ଯତ୍ନ ନେବା ପାଇଁ ମଧ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ମେଣ୍ଢା ଜଗୁଆଳୀଙ୍କୁ ନିଯୁକ୍ତ କରିଛନ୍ତି । ମେଣ୍ଢାଙ୍କ ପ୍ରବେଶ ସମୟରେ ସେଠାରେ ବହୁ ଛାତ୍ର ଏବଂ ତାଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ । ତେବେ ଏହିପରି ଘଟଣା ପଛର କାରଣ ହେଉଛି, ପିଲାମାନଙ୍କ ସଂଖ୍ୟା ବିଦ୍ୟାଳୟରୁ କମିବା । ଏହି କାରଣରୁ ବିଦ୍ୟାଳୟରେ ଆର୍ଥିକ ସଙ୍କଟ ଦେଖାଯାଇଥିଲା । ସହରର ମେୟର ମଧ୍ୟ ବିଦ୍ୟାଳୟର ସଙ୍କଟକୁ ଅନୁଭବ କରି ମେଣ୍ଢାମାନଙ୍କ ପ୍ରବେଶର ଅନୁମତି ଦେଇଥିଲେ । କ୍ରେଟ୍ସ ଏନ୍ ବେଲେଡୋନ ସହର ଏକ ଛୋଟ ସହର । ଏହି ସହରରେ ମୋଟ ୪ ହଜାର ଲୋକ ରହନ୍ତି । ସେହିପରି ଦକ୍ଷିଣ କୋରିଆରେ ଥିବା କେତେକ ବିଦ୍ୟାଳୟରେ ଏହିପରି ସଙ୍କଟ ହେବା କାରଣରୁ ସେଠାରେ ଏବେ ବୃଦ୍ଧ ବ୍ୟକ୍ତିଙ୍କୁ ବିଦ୍ୟାଳୟରେ ପଢିବାର ସୁଯୋଗ ମିଳୁଛି ।