ଖରାପ ସମୟ ଆସିବାକୁ ଥିଲେ ତୁଳସୀ ଗଛ ଦେଇଥାଏ ଏଭଳି ସଂକେତ

ଖରାପ ସମୟ ଆସିବାକୁ ଥିଲେ ତୁଳସୀ ଗଛ ଦେଇଥାଏ ଏଭଳି ସଂକେତ

ଖରାପ ସମୟ ଆସିବାକୁ ଥିଲେ ତୁଳସୀ ଗଛ ଦେଇଥାଏ ଏଭଳି ସଂକେତ
କୁହାଯାଏ କି ତୁଳସୀ ଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଏହି ଗଛ ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏଥିପାଇଁ କୁହାଯାଏ, ଯେଉଁ ଗୃହରେ ତୁଳସୀ ଗଛ ରହିଛି। ସେହି ଘରେ ଅର୍ଥ ଅନଟନ ଓ ଦରିଦ୍ରତା ପାଖ ମାଡ଼ ମାଡ଼େ ନାହିଁ। ଏହା ବ୍ୟତୀତ ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଆର୍ଥିକ ସମସ୍ୟା ଦେଖାଦେବାକୁ ଯାଉଥାଏ ତାହେଲେ ତୁଳସୀ ଗଛ ଅନେକ ସଂକେତ ଦେଇଥାଏ । ଏପରିକି ଯେଉଁ ଗୃହ​‌ରେ ତୁଳସୀ ଗଛ ଥାଏ ସେହି ପରିବାର ସଦସ୍ୟଙ୍କୁ କୌଣସି ରୋଗ ଜନିତ ସମସ୍ୟା ହୋଇ ନଥାଏ। ତେବେ ଏହି ପବିତ୍ର ଗଛର ଆଉ ଗୋଟେ ଭଲ ଲକ୍ଷଣ ରହିଛି ଯାହା ସମସ୍ତଙ୍କୁ ଜଣା ନଥାଏ। ଯଦି ପରିବାର ଉପରକୁ କିଛି ସଂଙ୍କଟ ମାଡ଼ି ଆସୁଛି, ତେବେ ଘରେ ଅଗଣାରେ ଥିବା ତୁଳସୀ ଗଛ ସମସ୍ତ ବିପଦକୁ ଏଡ଼େଇ ଦେଇଥାଏ। ବିପଦରୁ ଟଳିବା ପାଇଁ ତୁଳସୀ ଗଛ ପୂଜା କରିବା ଆବଶ୍ୟକ ବୋଲି କିଛି ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଏହା କରିବା ଦ୍ବାରା ବିପଦ ମୁଣ୍ଡ ଉପରୁ ଟଳି ଯାଇଥାଏ। ଘର ଅଗଣାରେ ଥିବା ତୁଳସୀ ଗଛର ପତ୍ର ଯଦି ଅଚନାକ ଶୁଖିଯାଏ। ତେବେ ଆପଣଙ୍କ ପରିବାର ଉପରକୁ କିଛି ବିପଦ ଆସୁଛି ବୋଲି ନିଶ୍ଚିତ ହୋଇଯାଆନ୍ତୁ। ଏହି ବିପଦରୁ ମୁକ୍ତ ପାଇବା ପାଇଁ ସର୍ବପ୍ରଥମେ ଆପଣଙ୍କ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୃହରେ ଥିବା ତୁଳସୀ ଗଛ ମଧ୍ୟ ପୂଜା କରନ୍ତୁ। ଏହା କରିବା ଦ୍ବାରା ଆପଣ ପରିବାର ଉପରକୁ ଆସୁଥିବା ବିପଦ ବାଟ ଭାଙ୍ଗି ପଳେଇ ଯିବ। ଯଦି ଆପଣ ଘରେ ବାସ୍ତୁ ଜନିତ ସମସ୍ୟା ରହିଛି। ତେବେ ଘର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାନ୍ତୁ। ଏହା କରିବା ଦ୍ବାରା ଘରର ବାସ୍ତୁ ସମସ୍ୟା ଦୂର ହେବା ସହ ଘରର ଆର୍ଥିକ ସମସ୍ୟାରେ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ତୁଳସୀ ଗଛ ପୂଜା କରନ୍ତି। ତେବେ ଆପଣ ସୁଖ ସମୃଦ୍ଧିରେ ଜୀବନଯାପନ କରିବା ସହ ଘର ଉପରକୁ ଆସୁଥିବା ବଡ଼ ବଡ଼ ସମସ୍ୟା ବାଟ ଭାଙ୍ଗି ଦୂରେଇ ଯାଇଥାଏ।