୨୬୦ଟି ଟି-ସାର୍ଟ ପିନ୍ଧି ଗିନିଜ ରେକର୍ଡ

୨୬୦ଟି ଟି-ସାର୍ଟ ପିନ୍ଧି ଗିନିଜ ରେକର୍ଡ

୨୬୦ଟି ଟି-ସାର୍ଟ ପିନ୍ଧି ଗିନିଜ ରେକର୍ଡ
ଟେଡ ହାଷ୍ଟିଙ୍ଗସ ନାମକ ଜଣେ ବ୍ୟକ୍ତି ଥରକେ ୨୬୦ଟି ଟି-ସାର୍ଟ ପିନ୍ଧି ଗିନିଜ ବିଶ୍ୱ ରେକର୍ଡ ସ୍ତରରେ ସ୍ଥାନ ପାଇଛନ୍ତି । ଏଭଳି ଅଭିନବ ଚିନ୍ତାଧାରା ତାଙ୍କ ମନକୁ କିଭଳି ଆସିଲା ସେ ବିଷୟରେ ସେ ଏକ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଟେଡ କହନ୍ତି ‘ଥରେ ମୁଁ ମୋର ଦୁଇ ପିଲାଙ୍କ ସହ ବସି ୨୦୧୯ ର ଗିନିଜ ୱାର୍ଲଡ ରେକର୍ଡସ ବିଷୟରେ ପଢ଼ୁଥିଲି । ୧୧ ବର୍ଷୀୟ ସାନ ପୁଅ ୱିଲିୟମ ମୋତେ ପଚାରିଲା ତୁମେ ଏପରି ରେକର୍ଡ କରିପାରିବ କି? ତା କଥା ମୋ ମନକୁ ଛୁଇଁଲା । କଠିନ ପରିଶ୍ରମ କିପରି ଫଳବତୀ ହୋଇଥାଏ ପିଲାଙ୍କ ତାହା ଶିଖାଇବାର ଏହା ଏକ ଭଲ ସୁଯୋଗ ବୋଲି ମୁଁ ମନେ କଲି । ତେଣୁ କିଛି ନିଆରା କାମ କରିବାକୁ ଚିନ୍ତା କଲି । ଅନେକ ବିଚାର ପରେ ଏଭଳି ଭାବେ ଥରକେ ଅନେକ ଟି-ସାର୍ଟ ପିନ୍ଧିବା କଥା ମୋ ମନକୁ ଆସିଲା । ଗିନିଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ଅପଲୋଡ କରାଯାଇଛି ସେଥିରେ ଟେଡ ଗୋଟିଏ ପରେ ଗୋଟିଏ ଟି-ସାର୍ଟ ପିନ୍ଧୁଥିବା ଦେଖାଯାଇଛି । କିଛି ଲୋକ ତାଙ୍କୁ ସେଥିପାଇଁ ସାହାଯ୍ୟ କରୁଛନ୍ତି । ଭିଡିଓକୁ ୩୪ ହଜାର ଲାକଇ ମିଳିଛି । ବହୁ ସଂଖ୍ୟକ ଲୋକ ଏହାକୁ ସେୟାର କରୁଛନ୍ତି ।