ଆଜିର ରାଶିଫଳ ୧୦ ଡିସେମ୍ବର ୨୦୧୯(ବୁଧବାର)

ଆଜିର ରାଶିଫଳ ୧୦ ଡିସେମ୍ବର ୨୦୧୯(ବୁଧବାର)

 ଆଜିର ରାଶିଫଳ ୧୦ ଡିସେମ୍ବର ୨୦୧୯(ବୁଧବାର)
ମେଷ: ପରାମର୍ଶ ନେଇ କାର୍ୟ୍ୟ କଲେ ସଫଳତା ମିଳିବ। ପରୋପକାରୀ ହେବେ। ମନରେ ସେବା ଭାବନା ଜାଗ୍ରତ ହେବ। ସୌଜନ୍ୟତା ପ୍ରକାଶ କରିବେ। ପ୍ରିୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ବୃଷ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ମିଥୁନ: ସ୍ନେହବୋଳା କଥା କହି ଜନତାଙ୍କ ମନମୋହିବେ। ଚାକରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ବାଦବିବାଦର ସମ୍ମୁଖୀନ ହେବେ। କାର୍ୟ୍ୟ ବିଳମ୍ବିତ ହେବ। ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍କଟ: କୌଶଳରେ କାର୍ୟ୍ୟ ହାସଲ କରିବେ। ସରକାରୀ ସାହାଯ୍ୟ ମିଳିବ। ମନ ପ୍ରଫୁଲ୍ଲ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପାରିବାରିକ ସୁଖ ମିଳିବ। ବିଳାସ-ବ୍ୟସନ କରିପାରନ୍ତି। ଆୟ ଆଶାନୁରୂପ ହେବ। ସିଂହ: କର୍ମକ୍ଷେତ୍ର ଉନ୍ନତମାନର ହେବ। କାର୍ୟ୍ୟରେ କଷ୍ଟ ସହି ମଧ୍ୟ ସଫଳତା ପାଇବେ। ପତ୍ନୀଙ୍କ ପରାମର୍ଶରେ ଯେଉଁ କାର୍ୟ୍ୟ କରିବେ; ସେଥିରେ ପ୍ରଚୁର ଧନଲାଭ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି। କନ୍ୟା: ସମ୍ମାନ ଲାଭ ସୁଖ-କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିିବିଧ ପ୍ରକାର ଧନଲାଭ କରିବେ। ସୁଖୀ ହେବେ। ଦୂରବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ସେବା-ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଚିନ୍ତା ଦୂର ହେବ। ତୁଳା: ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଘଟିପାରେ। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ଗୃହରେ ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଅସୁଖୀ ହେବେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ବିଛା: ବନ୍ଧୁଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି। ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନିଷେଧ। ବ୍ୟବସାୟ ଲାଭଜନକ ହେବ। ଧୈର୍ୟ୍ୟବାନ୍ ହୋଇପାରନ୍ତି। ଅବିବାହିତଙ୍କର ମନୋରମ କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ଧନୁ: ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ଈଶ୍ବର ବିଶ୍ବାସୀ ହୋଇପାରନ୍ତି। ଶାନ୍ତିର ସହ ଗୃହ କାର୍ୟ୍ୟ ସମାପନ କରିପାରନ୍ତି। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ମକର: କନ୍ୟା-ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଇଚ୍ଛା କରୁଥିବା ସାହାଯ୍ୟ ମିଳିବ। ଚିନ୍ତାଗ୍ରସ୍ତ ଥିବାବେଳେ ହଠାତ୍ କିଛି ଧନ ମିଳିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। କୁମ୍ଭ: ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସୁଖ ଭୋଗ କରିପାରନ୍ତି। ଗୃହ ପରିବେଶ ଠିକ୍ ରହିବ। କାର୍ୟ୍ୟ ବ୍ୟସ୍ତତା ଲାଗି ରହିବ। କୃଷିକ୍ଷେତ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିପାରେ। ମୀନ: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦରେ ବିଜୟ ଲାଭ କରିପାରନ୍ତି। ଯଶସ୍ବୀ ହେବେ। ସମ୍ମାନିତ ହୋଇପାରନ୍ତି। ଉପୁଜି ଥିବା ଦୁଶ୍ଚିନ୍ତା ଦୂର ହେବ। ପରିଶ୍ରମର ମୂଲ୍ୟ ମିଳିବ। ନୈତିକତା ବୃଦ୍ଧି ହେବ। ମାନ୍ୟତା ପ୍ରାପ୍ତ ହେବେ।