ଭୁବନେଶ୍ୱର ବ୍ୟାଡ଼ମିଂଟନ ସଂଘ : ଚଣ୍ଡୀ ଦାସ ସଭାପତି, ସନ୍ତୋଷ ସମ୍ପାଦକ

ଭୁବନେଶ୍ୱର ବ୍ୟାଡ଼ମିଂଟନ ସଂଘ : ଚଣ୍ଡୀ ଦାସ ସଭାପତି, ସନ୍ତୋଷ ସମ୍ପାଦକ

ଭୁବନେଶ୍ୱର ବ୍ୟାଡ଼ମିଂଟନ ସଂଘ : ଚଣ୍ଡୀ ଦାସ ସଭାପତି, ସନ୍ତୋଷ ସମ୍ପାଦକ
ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘର ନୂତନ ପଦାଧିକାରୀ ନିର୍ବାଚନ ଶେଷ ହୋଇଛି । ଚଣ୍ଡୀ ପ୍ରସାଦ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସନ୍ତୋଷ କୁମାର ଚୌଧୁରୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ଶକ୍ତି ରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଭାବେ ଦୀପ୍ତି ପ୍ରକାଶ ସୁବୁଦ୍ଧି, କୋଷାଧ୍ୟକ୍ଷ ଭାବେ ଶ୍ରୀମନ୍ତ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି । ଅପରପକ୍ଷରେ କାର୍ଯ୍ୟକାରୀ କମିଟି ସଭ୍ୟଭାବେ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଓ ବିଭାସ କୁମାର ପରିଡ଼ା ମନୋନୀତ ହୋଇଛନ୍ତି । ଏସମ୍ପର୍କରେ ସମ୍ପାଦକ ଶ୍ରୀ ଚୌଧୁରୀ କହିଛନ୍ତିଯେ, ଭୁବନେଶ୍ୱରାରେ ବହୁ ପ୍ରତିଭାବାନ ବ୍ୟାଡ଼ମିଂଟନ ଖେଳାଳୀ ଅଛନ୍ତି । ପ୍ରତିଭାବାନ ଖେଳାଳୀଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେବା ଉପରେ ସଂଘ ଗୁରୁତ୍ୱ ଦେବ । ଯାହାଫଳରେ ସେମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଗୌରବ ବଢ଼ାଇ ପାରିବେ । ଏତଦବ୍ୟତୀତ ଜାତୀୟସ୍ତରର ଭଲ ଭଲ ବ୍ୟାଡ଼ମିଂଟନ ଖେଳାଳୀଙ୍କୁ ନେଇ ଆଗାମୀ ଦିନରେ ବିଭିନ୍ନ ପ୍ରକାର ଟୁର୍ଣ୍ଣାମେଟ ଆୟୋଜନ କରାଯିବ । ଯାହାଫଳରେ ଆମ ଖେଳାଳୀମାନଙ୍କର ଦକ୍ଷତା ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି ।