ଧୋନି ଆଉ ଦୁଇ ମାସ ଖେଳିବେନି, ଜାଣନ୍ତୁ କାହିଁକି

ଧୋନି ଆଉ ଦୁଇ ମାସ ଖେଳିବେନି, ଜାଣନ୍ତୁ କାହିଁକି

ଧୋନି ଆଉ ଦୁଇ ମାସ ଖେଳିବେନି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆସନ୍ତା ୨ ମାସ ପାଇଁ କ୍ରିକେଟ ଖେଳିବେ ନାହିଁ ଭାରତୀୟ ଟିମର ୱିକେଟକିପର ତଥା ଅନୁଭବୀ ବ୍ୟାଟସମ୍ୟାନ ମଦେନ୍ଦ୍ର ସିଂ ଧୋନୀ । ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ସେ ବିସିସିଆଇ ଅବଗତ କରିଛନ୍ତି । ଅନ୍ୟପକ୍ଷରେ ସେ ଏବେ ଅବସର ଗ୍ରହଣ କରୁନଥିବା ନେଇ ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ, ବିଶ୍ୱକପରେ ନୁ୍ୟଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ପରାଜୟ ପରେ ଧୋନି ଅବସର ଗ୍ରହଣ କରିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ ଖୋଦ ଧୋନି ଅବସର କଥାକୁ ଖଣ୍ଡନ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଧୋନୀ ନିଜର ସନ୍ନ୍ୟାସ ଏବଂ ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ହେଉଥିବା ବିଭିନ୍ନ ଆଲୋଚନା ଉପରେ ବିରାମ ଲଗାଇଛନ୍ତି । ୩୮ ବର୍ଷିୟ ଧୋନୀ ବିସିସିଆଇକୁ ଆସନ୍ତା ୨ମାସ ଯାଏଁ କୌଣସୀ ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ ।ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଧୋନୀ କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି ।