ଆଇପିଏଲ ନିଲାମ ପ୍ରକ୍ରିୟାକୁ ଗଲେ ୨ ଓଡିଆ ପିଲା

ଆଇପିଏଲ ନିଲାମ ପ୍ରକ୍ରିୟାକୁ ଗଲେ ୨ ଓଡିଆ ପିଲା

 ଆଇପିଏଲ ନିଲାମ ପ୍ରକ୍ରିୟାକୁ ଗଲେ ୨ ଓଡିଆ ପିଲା
କଟକ: ଆସନ୍ତା ୧୮ରେ ୨୦୨୧ ଆଇପିଏଲ ପାଇଁ ଖେଳାଳି ନିଲାମ ହେବ । ଏଥିପାଇଁ ଆଇପିଏଲ ପରିଚାଳନା ପରିଷଦ ୨୯୨ ଖେଳାଳିଙ୍କର ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛି । ଏଥିରେ ଥିବା ୧୬୪ ଭାରତୀୟ ଖେଳାଳିଙ୍କ ତାଲିକାରେ ୨ଜଣ ଓଡିଆ ଖେଳାଳି ରହିଛନ୍ତି । ସେମାନେ ହେଉଛନ୍ତି ବ୍ୟାଟସମ୍ୟାନ ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଗୋବିନ୍ଦ ପୋଦ୍ଧାର । ଉଭୟଙ୍କର ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖାଯାଇଛି । ଗତମାସରେ କଲକାତାରେ ଖେଳା ଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ୱେଂଟି ୨୦ ଟୁର୍ଣ୍ଣମେଂଟରେ ଉଭୟ ଶୁଭ୍ରାଂଶୁ ଓ ପୋଦ୍ଧାର ଭଲ ପ୍ରଦର୍ଶନ କରିଥିବାରୁ ଦୁହିଁକୁ ଗୁରୁବାର ଘୋଷିତ ଚୂଡାନ୍ତ ଆଇପିଏଲ ନିଲାମ ତାଲିକାରେ ସ୍ଥାନ ଦିଆଯାଇଛି । ଏବେ ଦେଖିବାର କଥାଯେ, ଶୁଭ୍ରାଂଶୁ ଓ ପୋଦ୍ଧାରଙ୍କୁ କୌଣସି ଦଳ କିଣୁଛନ୍ତି କି ନାହିଁ । ଗତମାସରେ ଆଇପିଏଲ ନିଲାମ ପାଇଁ ଓସିଏ ସୁପାରିସ କରିଥିବା ରାଜେଶ ଧୁପର, ପପୁ ରାୟ, ଗୌରବ ଚୌଧୁରୀ, ରାଜେଶ ମହାନ୍ତି ଓ ତାରିଣୀ ସାଙ୍କ ନାମ ଚୂଡାନ୍ତ ନିଲାମ ତାଲିକାରେ ନାହିଁ ।