ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଗାଙ୍ଗୁଲିଙ୍କୁ ହରାଇଲେ ଶାହ

ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଗାଙ୍ଗୁଲିଙ୍କୁ ହରାଇଲେ ଶାହ

ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଗାଙ୍ଗୁଲିଙ୍କୁ ହରାଇଲେ ଶାହ
ଅହମ୍ମଦାବାଦ: ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଗୁରୁବାର ଭାରତୀୟ କି୍ରକେଟ ବୋର୍ଡ (ବିସିସିଆଇ) ୮୯ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଅନୁଷ୍ଠିତ ହେବ । ଏଥିପାଇଁ ବିସିସିଆଇର ନିର୍ବାଚିତ ସଦସ୍ୟମାନେ ଅହମ୍ମଦାବାଦଠାରେ ଠୁଳ ହୋଇଛନ୍ତି । ବୈଠକରେ ଭାରତୀୟ କି୍ରକେଟ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବ । ଏଥିରେ ଇଂଲଣ୍ଡ ଦଳର ଭାରତ ଗସ୍ତ ନେଇ ପ୍ରସ୍ତୁତି, ଘରୋଇ ପ୍ରତିଯୋଗିତାର ପୁନଃଆରମ୍ଭ ଏବଂ ଆଇପିଏଲରେ ଦୁଇଟି ନୂଆ ଫ୍ରାଞ୍ଚାଇଜ ସାମିଲ ଭଳି ପ୍ରସଙ୍ଗ ରହିବ । ମିଳିଥିବା ସୂଚନା ଅନୁସାରେ ବିସିସିଆଇର ବୋର୍ଡ ୨୮ ସଦସ୍ୟଙ୍କ ମଧ୍ୟରେ ଉତ୍ତରାଖଣ୍ଡ କି୍ରକେଟ ସଂଘ ମହିମ ବର୍ମା, ଆସାମ କି୍ରକେଟ ସଂଘର ଦେବଜିତ ସେକିଆ, ବରୋଦା କିକେଟ ସଂଘର ପ୍ରଣବ ଅମିନ, ହାଇଦ୍ରାବାଦ କି୍ରକେଟ ସଂଘ ଏଜିଏମରେ ଉପସ୍ଥିତ ରହିବେ । ଏହି ବୈଠକ ପୂର୍ବରୁ ବିସିଆଇ ସଭାପତି ଏବଂ ସମ୍ପାଦକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳା ଯାଇଥିଲା । ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦଳକୁ ସମ୍ପାଦକ ଜୟ ଶାହଙ୍କ ଦଳ କିନ୍ତୁ ପରାସ୍ତ କରିଥିଲା । ଗାଙ୍ଗୁଲି (୫୩) ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ୨୮ ରନରେ ପରାଜିତ ହୋଇଥିଲା । ସମ୍ପାଦକ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୩ ୱିକେଟ ବିନିମୟରେ ୧୨୮ ରନ କରିଥିଲା । ଏହାର ଜବାବରେ ସଭାପତି ଏକାଦଶ ୧୦୦ ରନରେ ଅଟକି ଯାଇଥିଲା ।