ବିସିସିଆଇର ସର୍ବାଧିକ ଦରମାପ୍ରାପ୍ତ ଖେଳାଳି ହେଲେ ବୁମରା

ବିସିସିଆଇର ସର୍ବାଧିକ ଦରମାପ୍ରାପ୍ତ ଖେଳାଳି ହେଲେ ବୁମରା

ବିସିସିଆଇର ସର୍ବାଧିକ ଦରମାପ୍ରାପ୍ତ ଖେଳାଳି ହେଲେ ବୁମରା
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା ୨୦୨୦ ରେ ବିସିସିଆଇର ସର୍ବାଧିକ ଦରମାପ୍ରାପ୍ତ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ଏ ବର୍ଷ ସେ ମୋଟ ୧.୩୮ କୋଟି ଟଙ୍କା ଦରମା ଆକାରରେ ପାଇଛନ୍ତି । କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ଟି ଟେଷ୍ଟରୁ ଓହରି ଯାଇଥିବାରୁ ତାଙ୍କ ଦରମା କମିଯାଇଛି । ବୁମରା ଚଳିତ ବର୍ଷ ଆରମ୍ଭରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଇତିମଧ୍ୟରେ ୪ଟି ଟେଷ୍ଟ, ୯ଟି ଦିନିକିଆ ଓ ୮ଟି ଟି ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି । ବିସିସିଆଇ ପ୍ରତି ଟେଷ୍ଟ ମ୍ୟାଚ ପାଇଁ ଖେଳାଳିମାନଙ୍କୁ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟିଟ୍ୱେଣ୍ଟି ପାଇଁ ୩ ଲକ୍ଷ ପ୍ରଦାନ କରୁଛି । ଅନ୍ୟ ପକ୍ଷରେ ବୁମରା ଜାତୀୟ ଚୁକ୍ତିର ଏକ ଗ୍ରୁପରେ ସାମିଲ ରହିଛନ୍ତି । ତେଣୁ ସେ ବାର୍ଷିକ ୭ କୋଟି ଟଙ୍କା ଦରମା ନେଉଛନ୍ତି । ସେହିପରି କୋହଲି ଏ ବର୍ଷ ୩ଟି ଟେଷ୍ଟ, ୯ଟି ଦିନିକିଆ ଓ ୧୦ଟି ଟିଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ବାର୍ଷିକ ଚୁକ୍ତି ବାବଦକୁ ଦରମା ବାଦ ସେ ମୋଟ ୧.୨୯ କୋଟି ଦରମା ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।