ସଙ୍ଗରୋଧରୁ ଫେରିଲେ ରୋହିତ

ସଙ୍ଗରୋଧରୁ ଫେରିଲେ ରୋହିତ

ସଙ୍ଗରୋଧରୁ ଫେରିଲେ ରୋହିତ
ମେଲବୋର୍ଣ୍ଣ: ସୁସ୍ଥ ହୋଇ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ବରିଷ୍ଟ ବ୍ୟାଟସମ୍ୟାନ ରୋହିତ ଶର୍ମା ଏବେ ସିଡନୀରେ ୧୪ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରେ ରହିଛନ୍ତି । ବୁଧବାର ସେ ମେଲବୋର୍ଣ୍ଣ ଆସି ଭାରତୀୟ ଦଳ ସହ ଯୋଗ ଦେବେ ବୋଲି ଜଣାପଡ଼ିଛି । ରୋହିତ ମେଲବୋର୍ଣ୍ଣରେ ଭାରତୀୟ ଦଳର ଜୈବ ନିରାପତ୍ତା ବଳୟରେ ପ୍ରବେଶ କରିବେ । କାରଣ ଆସନ୍ତା ୬ ରୁ ଆରମ୍ଭ ହେବାକୁ ଥିବା ଭାରତ ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚ ସିଡନୀ ବଦଳରେ ମେଲବୋଣ୍ଟରେ ଖେଳଯିବ ବୋଲି ଅନୁମାନ କରାଯାଉଛି । କାରଣ ସିଡନୀରେ ଏବେ କୋଭିଡ ୧୯ ସଂକ୍ରମିତଙ୍କ ସଂଖ୍ୟାରେ ବେଶ୍ ବୃଦ୍ଧି ଘଟିଛି । ତେଣୁ ଚଳିତ ୨ୟଟେଷ୍ଟର ସମାପ୍ତି ପରେ ଭାରତୀୟ ଦଳକୁ ୩ୟ ଟେଷ୍ଟ ଖେଳିବାକୁ ସିଡନୀ ନ ଯାଇ ମେଲବୋର୍ଣ୍ଣରେ ରହିବାକୁ ପରାମର୍ଶ ଦିଆଯାଇଛି ।