ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚକୁ ଦର୍ଶକ ଦେଖିପାରିବେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚକୁ ଦର୍ଶକ ଦେଖିପାରିବେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚକୁ ଦର୍ଶକ ଦେଖିପାରିବେ
ଚେନ୍ନାଇ:ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଦେଖିପାରିବେ । ତେବେ ପ୍ରଥମ ଟେଷ୍ଟ ନୁହେଁ, ଦର୍ଶକମାନେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦେଖିପାରିବେ । ଷ୍ଟାଡିୟମର ୫୦% ସିଟରେ ବସି ମ୍ୟାଚ ଦେଖିବା ପାଇଁ ବସିସିଆଇ ଅନୁମତି ପ୍ରଦାନ କରିଛି । ୧୨ରୁ ୧୫ ହଜାର ପର୍ଯ୍ୟନ୍ତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ନେଇ ଅନୁମତି ପ୍ରଦାନ କରାଯାଇଛି । କରୋନା ପରେ ପ୍ରଥମ ଥର ପାଇଁ ଆଉଟଡୋର ଗେମରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏନେଇ ତାମିଲନାଡୁ କ୍ରିକେଟ ଆସୋସିଏସନ ଓ ବିସିସିଆଇ ମଧ୍ୟରେ ସହମତି ପ୍ରକାଶ ପାଇଛି । ଫେବୃଆରୀ ୫ ଓ ୧୩ ତାରିଖରେ ୨ଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାକୁ ଥିବାବେଳେ ଫେବୃଆରୀ ୨୪ ଓ ମାର୍ଚ୍ଚ ୪ରେ ଆଉ ୨ଟି ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ ।