ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରୁ କୁସ୍ତି ବାଦ

ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରୁ କୁସ୍ତି ବାଦ

ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରୁ କୁସ୍ତି ବାଦ

ନୂଆଦିଲ୍ଲୀ: ଭିକ୍ଟୋରିଆରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ୨୦୨୬ରୁ କୁସ୍ତି ବାଦ ପଡିଛି । ଏହାସହ ଆର୍ଚେରୀ ମଧ୍ୟ ବାଦ ପଡିଛି । ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଥିବା ସୁଟିଂ ଫେରିଛି । ଗଲ୍ଫ ପଦାର୍ପଣ କରିବ ବୋଲି ଜାରି ହୋଇଥିବା କ୍ରୀଡାସୂଚୀରୁ ସୂଚନା ମିଳିଛି । ସିଜିଏଫ ଦ୍ବାରା ଜାରି କ୍ରୀଡା ତାଲିକାରେ କୁସ୍ତିକୁ ସାମିଲ କରାଯାଇନାହିଁ ।

ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ପରବର୍ତ୍ତୀ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବ । ଏଥିରୁ କୁସ୍ତି ବା ରେସଲିଂକୁ ବାଦ ଦିଆଯାଇଛି । ଏହି ନିଷ୍ପତ୍ତି କ୍ରୀଡାପ୍ରେମୀଙ୍କୁ ନିରାଶ କରିଛି । ଭାରତୀୟ ରେସଲର ରାଜ୍ୟଗୋଷ୍ଠୀ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରି ଆସୁଛନ୍ତି । ଗତ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ କୁସ୍ତିରେ ଭାରତ ୧୨ଟି ପଦକ ଜିତିଥିଲା । ଏଥିରେ ୬ଟି ସ୍ବର୍ଣ୍ଣ, ୧ରୌପ୍ୟ ଓ ୫ଟି କାଂସ୍ୟ ରହିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ କୁସ୍ତିରେ ଭାରତ ପାଖରେ ୧୧୪ ପଦକ ଜିତିଛି । ୪୯ଟି ସ୍ବର୍ଣ୍ଣ, ୩୯ଟି ରୌପ୍ୟ ଓ ୨୬ଟି ବ୍ରୋଞ୍ଜ ପଦକ ରହିଛି । କୁସ୍ତିକୁ ବାଦ ଦିଆ ଯାଇଛି ହେଲେ ସୁଟିଂକୁ ପୁନର୍ବାର ସାମିଲ କରାଯାଇଛି । ସିଜିଏଫ ଦ୍ବାରା ପ୍ରକାଶ ପାଇଥିବା କ୍ରୀଡା ତାଲିକାରେ ୨୦ଟି କ୍ରୀଡା ସହ ୨୬ଟି ବର୍ଗ ରହିଛି ।୧୯୬୬ରୁ ୨୦୧୮ ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ କେବଳ ସୁଟିଂରେ ୧୭୧ଟି ପଦକ ଜିତିଥିଲା । ଏଥିରେ ୭୦ଟି ସ୍ବର୍ଣ୍ଣ, ୫୯ ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ରହିଛି । ଭାରତ ୧୩୫ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଛି । ସେଥରୁ ୬୩ଟି ସ୍ବର୍ଣ୍ଣ, ୪୪ଟି ରୌପ୍ୟ, ୨୮ଟି କାଂସ୍ୟ ରହିଛି । ଭିକ୍ଟୋରିଆ ରାଜ୍ୟଗୋଷ୍ଠୀ କ୍ରୀଡାରେ ଗଳ୍ପକୁ ନୂଆ କରି ସାମିଲ କରାଯାଇଛି । ସେହିପରି କୋଷ୍ଟାଲ ରୋଇଁ ଓ ବିଏମଏକ୍ସକୁ ମଧ୍ୟ ନୂଆ କରି ସାମିଲ କରାଯାଇଛି । ସୁଟିଂ ବ୍ୟତୀତ ୩ ଜଣିଆ ବାସ୍କେଟବଲ ମଧ୍ୟ ଫେରିଛି ।