ଏହି ଦିଗରେ ଟଙ୍କା ଖର୍ଚ୍ଚ କଲାବେଳେ କଂଜୁସି କରନ୍ତୁ ନାହିଁ
ଏହି ଦିଗରେ ଟଙ୍କା ଖର୍ଚ୍ଚ କଲାବେଳେ କଂଜୁସି କରନ୍ତୁ ନାହିଁ
ଭୁବନେଶ୍ୱର: ଦିନକୁ ଦିନ ଟଙ୍କା ରୋଜଗାର କରିବା ଏକ ପ୍ରତିଯୋଗିତାରେ ପରିଣତ ହେବାରେ ଲାଗିଛି । ଲୋକେ ଆଧୁନିକ ଯୁଗର ଜୀବନଶୈଳୀ ଆପଣେଇବା ପାଇଁ ଯଥା ସମ୍ଭବ ଚେଷ୍ଠା କରିବାରେ ଲାଗିପଡ଼ିଛନ୍ତି । ଏଥିମଧ୍ୟରେ ରୋଜଗାର କରିବାର ନିଶା ବଢ଼ିବା ସଙ୍ଗେ ସଙ୍ଗେ ଖର୍ଚ୍ଚ ମଧ୍ୟ ହେଉଛି । ମଣିଷ ନିଜ ଆଗାମୀ ପିଢ଼ି ପାଇଁ ସଞ୍ଚୟ ମଧ୍ୟ କରିବାରେ ଲାଗିଛି । କିନ୍ତୁ ଆପଣଙ୍କ ରୋଜଗାର ବା କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଏହି ଧନକୁ କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା ଜାଣି ରଖିବା ଅତ୍ୟନ୍ତ ଅବଶ୍ୟକ । ନଚେତ ପଶ୍ଚାତାପ କରିବା ସାର ହେବ ।
ରୋଗୀଙ୍କୁ ସହାୟତା: ଗରିବ ରୋଗଗ୍ରସ୍ଥ ଲୋକଙ୍କ ସହାୟତା କରିବା ଲାଗି ଯେତିକି ହୋଇପାରିବ କରନ୍ତୁ । ଏଭଳି କରିଲେ ଭଗବାନ ପ୍ରସନ୍ନ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ ।
ଦରିଦ୍ରଙ୍କୁ ସହାୟତା: ସର୍ବଦା ଗରିବ ଏବଂ ଆବଶ୍ୟକତା ଲୋକଙ୍କ ସହାୟତା କରିବା ଉଚିତ । ଏପରି କରିବା ଦ୍ୱାରା ପୂଣ୍ୟ ମିଳେ । ଏଥିପାଇଁ ଆପଣ ଗରିବ ଶିଶୁଙ୍କ ଶିକ୍ଷାରେ ଧନ ଖର୍ଚ୍ଚ କରିପାରିବେ । ଏପରି କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି ।
ସାମାଜିକ କାର୍ଯ୍ୟ: ଯାହା ବି ରୋଜଗାର କର ତାର କିଛି ଅଂଶ ସାମାଜିକ କାର୍ଯ୍ୟରେ ଲଗାଇବା ଉଚିତ । ଏହାଛଡ଼ା ଡାକ୍ତରଖାନା ଏବଂ ସ୍କୁଲ ଆଦିକୁ ଦାନ କରିପାରିବେ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ । ଏଥିସହ ସମାଜରେ ପ୍ରତିଷ୍ଠା ବଢ଼ିଥାଏ ।
ଧର୍ମସ୍ଥଳ ପାଇଁ ଦାନ: ଧର୍ମ ସ୍ଥଳରେ ଦାନ କରିବା ଦ୍ୱାରା ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ । ଫଳରେ ନିଜ ସହ ପରିବାରରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ ।