ପିଆଜ କାଟିଲେ ଲୁହ ବାହାରିବନି

ପିଆଜ କାଟିଲେ ଲୁହ ବାହାରିବନି

ପିଆଜ କାଟିଲେ ଲୁହ ବାହାରିବନି

ପିଆଜ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଚିଲି ଆଇଟମ ପାଇଁ ପିଆଜ ଏକ ମୁଖ୍ୟ ଜିନିଷ ହୋଇଥାଏ । ପିଆଜ ଖାଇବାକୁ ଯେତିକି ସ୍ୱାଦ ଲାଗିଥାଏ, ତାକୁ କାଟିବା ସେତିକି କଷ୍ଟ ଲାଗିଥାଏ । ଏହା କାଟିବା ସମୟରେ ଆଖିରୁ ପାଣି ବାହାରି ଆଖି ପୋଡିଥାଏ । ପିଆଜର ଅନେକ ପରସ୍ତ ଥାଏ । ଏଥିରେ ସାଇନ-ପ୍ରପେନଥିୟଲ-ଏସ-ଅକ୍ସାଇଡ ନାମକ ରସାୟନ ରହିଯାଏ, ଯାହା ପିଆଜ କାଟିବା ବେଳେ ଆଖିର ଲେକ୍ରାିମଲ ଗ୍ଲାଣ୍ଡକୁ ଉତ୍ତେଜିତ କରିବାରୁ ଆଖିରୁ ପାଣି ବାହାରିଥାଏ । କିନ୍ତୁ ଏମିତି କିଛି ଟିପ୍ସ ଅଛି ଯାହା କରି ଆପଣ ଏଥିରୁ ମୁକ୍ତି ପାଇପାରିବେ ।

-ପିଆଜକୁ ଦୁଇଖଣ୍ଡ କରି କାଟି ପାଣିରେ ପକାଇ ଦିଅନ୍ତୁ ତାପରେ କାଟନ୍ତୁ ।

-ପିଆଜ କାଟିବା ସମୟରେ ସେହି ସ୍ଥାନରେ ମହମବତୀ କିମ୍ବା ଲ୍ୟାମ୍ପ ଜଳାନ୍ତୁ । ଏହା ଦ୍ୱାରା ପିଆଜର ଗ୍ୟାସ ସେପଟକୁ ଚାଲିଯିବ । ଆଖିରୁ ଲୁହ ବାହାରିବ ନାହିଁ । 

- ପିଆଜ କାଟବା ପୂର୍ବରୁ ଏହାକୁ ୧୫ ମିନିଟ୍ ଫ୍ରିଜରେ ରଖନ୍ତୁ ଓ କାଟିଲା ବେଳେ ଫ୍ୟାନ ବନ୍ଦ କରି ଦିଅନ୍ତୁ ।

-ପିଆଜ କଟିଲା ବେଳେ ନାକ ପଟେ ନିଶ୍ୱାସ ନନେଇ ପାଟି ପଟେ ନିଶ୍ୱାନ ନିଅନ୍ତୁ ।

-ପିଆଜ କାଟିଲା  ବେଳେ ପାଟିରେ ଖଣ୍ଡେ ବ୍ରେଡ ପୁରେଇ ଦିଅନ୍ତୁ । ଏପରି କରିବା ଦ୍ୱାରା ପିଆଜ କାଟିଲ ବେଳେ ଆଖିରୁ ଲୁହ ବାହାରି ନଥାଏ ।