ଲିପଷ୍ଟିକ ବ୍ୟବହାର କରୁଥିଲେ...

ଲିପଷ୍ଟିକ ବ୍ୟବହାର କରୁଥିଲେ...

ଲିପଷ୍ଟିକ ବ୍ୟବହାର କରୁଥିଲେ...
ଚେହେରାରେ ସୁନ୍ଦରତା ବଢ଼ାଇବା ପାଇଁ ଝିଅମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ଆପଣାଇଥାନ୍ତି, କିନ୍ତୁ ଲିପଷ୍ଟିକ ହିଁ ସେମାନଙ୍କ ଲୁକକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥାଏ । ଓଠକୁ ସୁନ୍ଦର କରିବା ପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଲିପଷ୍ଟିକ ମିଳୁଛି । କିନ୍ତୁ ଲିପଷ୍ଟିକ ବ୍ୟବହାର କରିବା ସମୟରେ କିଛି ସତର୍କତା ଆପଣାଇବା ଉଚିତ । ସବୁବେଳେ ବ୍ରାଣ୍ଡେଡ ଲିପଷ୍ଟିକ ବ୍ୟବହାର କରନ୍ତୁ । ଯେଉଁଥିରେ ଓଠ କଳା ପଡ଼ିବନି । ଶସ୍ତା ଲିପଷ୍ଟିକରେ ଓଠ କଳା ପଡ଼ିଯାଏ । ଯେତେ ସମ୍ଭବ ସୁଗନ୍ଧିତ ଲିପଷ୍ଟିକ ଠାରୁ ଦୂରେଇ ରୁହନ୍ତୁ । କାରଣ ଏଥିରେ କେମିକାଲ ଅଧିକ ଥାଏ । ଲିପଷ୍ଟିକ ଯେମିତି ତୁମର ଓଠ ଚାରିପାଖେ ଲାଗି ନ ଯିବ ସେଥିପାଇଁ ମ୍ୟାଟ ଲିପଷ୍ଟିକ ବ୍ୟବହାର କରନ୍ତୁ । ଯଦି ଚାହିଁବେ ଓଠରେ ଫାଉଣ୍ଡେସନ ବ୍ୟବହାର କରିପାରିବେ । ହେଲେ ଏହା ଉପରେ ଆଦୌ ଗ୍ଲସି ଲିପଷ୍ଟିକ ଲଗାନ୍ତୁ ନାହିଁ । ମଥାକୁ ବିନ୍ଦି ମହିଳାଙ୍କ ସୌନ୍ଦର୍ଯ୍ୟରେ ବିନ୍ଦି ବା ଟିକିଲି ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ । ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ବିନ୍ଦି ଦ୍ୱିଗୁଣିତ କରିଦିଏ । ବିନ୍ଦି ସୌନ୍ଦର୍ଯ୍ୟଚର୍ଯ୍ୟାର ଏକ ବଡ଼ ଅଂଶ । ବିନ୍ଦି ଲଗାଇବା ପୂର୍ବରୁ କିଛି କଥାପ୍ରତି ଧ୍ୟାନ ଦିଅନ୍ତୁ । ଗୋଲାକାର: ଯେଉଁମାନଙ୍କ ମୁହଁ ଗୋଲାକାର ସେମାନଙ୍କୁ ଗୋଲବିନ୍ଦି ମାନି ନଥାଏ । ଏହି ମହିଳାମାନେ ଗୋଲାକୃତି ବିନ୍ଦିଠୁ ଦୂରେଇ ରୁହନ୍ତୁ । ଗୋଲ ବଦଳରେ ଲମ୍ବାକୃତିର ବିନ୍ଦି ଲଗାଇବା ଉଚିତ । ହାର୍ଟସେପ: ଯେଉଁମାନଙ୍କ ମୁହଁ ପାନପତର ପରି ସେମାନଙ୍କ କପାଳ ଅଧିକ ଚଉଡ଼ା ଦିଶିଥାଏ । ଏମାନଙ୍କ ମୁହଁକୁ ବଡ଼ ବିନ୍ଦି ଆଦୌ ଶୋଭା ପାଇନଥାଏ । ଚାରିକୋଣିଆ ଛୋଟ ବିନ୍ଦିରେ ଏମାନେ ଆକର୍ଷଣୀୟ ଲାଗିଥାନ୍ତି । ଡାଇମଣ୍ଡ ସେପ: ଯେଉଁ ମହିଳାଙ୍କ ମୁହଁର ଆକାର ଡାଇମଣ୍ଡ ଆକୃତିର ସେମାନଙ୍କ କପାଳ ବହୁତ ଛୋଟ ଦିଶିଥାଏ । ଏମାନଙ୍କୁ ଯେକୌଣସି ଆକାରର ବିନ୍ଦି ଶୋଭା ପାଇଥାଏ ହେଲେ ଅଧିକ ଡିଜାଇନର ବିନ୍ଦି ଆଦୌ ଲଗାନ୍ତୁ ନାହିଁ । ଅଣ୍ଡାକୃତି: ଯେଉଁମାନଙ୍କ ମୁହଁ ଅଣ୍ଡାକୃତି ପରି ସେମାନେ ସବୁ ପ୍ରକାର ବିନ୍ଦି ବ୍ୟବହାର କରିପାରିବେ । କିନ୍ତୁ ଲମ୍ବା ବିନ୍ଦି ଲଗାଇବା ଉଚିତ ନୁହେଁ । ଚାରିକୋଣିଆ: ଯେଉଁମାନଙ୍କ ମୁହଁର ଆକୃତି ଚାରିକୋଣିଆ, ସେମାନେ ଅର୍ଦ୍ଧଚନ୍ଦ୍ରାକୃତି ଟିକିଲି ଓ ବଡ଼ ବିନ୍ଦି ବ୍ୟବହାର କରିପାରିବେ । ରଖନ୍ତୁ ସୁରକ୍ଷିତ ଓ ସଂରକ୍ଷିତ ଗୃହିଣୀମାନେ ସାମାନ୍ୟ ଆଇଡିଆ ବ୍ୟବହାର କରି ବିଭିନ୍ନ ଜିନିଷକୁ ସୁରକ୍ଷିତ ତଥା ସଂରକ୍ଷିତ ରଖିପାରିବେ । ଚାଲନ୍ତୁ ଜାଣିବା ସେମିତି କିଛି ଖାସ ଉପାୟ । ଯେଉଁମାନଙ୍କ ଘରେ ଛୋଟ ଫି୍ରଜ ଥାଏ ସେମାନେ ଡ୍ରାଏଫ୍ରୁଟସଗୁଡ଼ିକୁ ଫି୍ରଜରେ ରଖିପାରନ୍ତି ନାହିଁ । ଫଳରେ ବାହାରେ ରଖିବା ଦ୍ୱାରା ପ୍ରାୟ ସମୟରେ ଆଲମଣ୍ଡ, ପିସ୍ତା ଭଳି ବାଦାମ ଜାତୀୟ ଡ୍ରାଏଫ୍ରୁଟସରେ ପୋକ ଲାଗି ଯାଇଥାନ୍ତି । ଡ୍ରାଏ ଫ୍ରୁଟସ ବାହାରେ ଡବାରେ ରଖୁଥିଲେ । ସେହି ଡବାରେ ୨/୪ଟି ଫୁଲ ଲାଗିଥିବା ବେଳେ ଲବଙ୍ଗ ପକାଇ ଦିଅନ୍ତୁ । ଆଉ ପୋକ ଲାଗିବ ନାହିଁ । କେତେକ ଜିନିଷ କିଣିବା ସମୟରେ ତା ଭିତରେ ଆମକୁ ସିଲିକନ ପାଉଚ ମିଳିଥାଏ । ଏହି ସିଲିକନର କାମ ହେଉଛି ମଏଶ୍ଚରଜରକୁ ଶୁଖାଇବା । ଏହାକୁ ସଂଗ୍ରହ କରି ରଖନ୍ତୁ । ବର୍ଷା ଦିନେ ଘରେ ରଖାଯାଇଥବା ପାମ୍ପଡ ପ୍ରାୟତଃ ଓଦାଳିଆ ଲାଗିଥାଏ । ପାମ୍ପଡ ରଖୁଥିବା ଡବାରେ ୨/୩ଟି ସିଲିକନ ପାଉଚ ପକାଇ ଦିଅନ୍ତୁ । ପାମ୍ପଡରେ ଆଉ ମଏଶ୍ଚର ହେବନି । ପ୍ରାୟତଃ ବର୍ଷାଦିନେ ଚାଉଳ ଓଦାଳିଆ ଲାଗିବା ସହ ଛୋଟ ଛୋଟ ପୋକ ଲାଗି ଯାଇଥାନ୍ତି । ଯଦି ଏପରି ହେଉଥାଏ, ତେବେ ଚାଉଳ ରଖିଥିବା ଡବାରେ ୨/୪ଟି ଗୋଟା ତେଜପତ୍ର ପକାଇ ଦିଅନ୍ତୁ । ଆଉ ପୋକ ଲାଗିବନି । ବିଶେଷତଃ ବର୍ଷାଦିନେ ଅଧିକ ମାତ୍ରାରେ ଲାଲ ଲଙ୍କାଗୁଣ୍ଡ ରଖୁଥିଲେ । ପ୍ରଥମେ ଏହାକୁ ଏୟାର ଟାଇଟ ରଖନ୍ତୁ । ତା’ପରେ ସେହି ଏୟାର ଟାଇଟ ଡବାରେ ୨/୪ଟି ତେଜପତ୍ର ପକାଇ ଦିଅନ୍ତୁ । ଦେଖିବେ ଆଉ ଲଙ୍କାଗୁଣ୍ଡ ଗୋଟା ଗୋଟା କିମ୍ବା ଓଦାଳିଆ ହେବ ନାହିଁ । ପ୍ରାୟତଃ ବର୍ଷା ଦିନେ ଆଲମିରା ଓ ଫି୍ରଜରୁ ଅଜବ ବାସ୍ନା ବାହାରିଥାଏ । ଏହାକୁ ଦୂର କରିବା ପାଇଁ ଏକ ଛୋଟ ପାତ୍ରରେ ଖାଇବା ସୋଢ଼ା ରଖି ଆଲମିରା ଓ ଫି୍ରଜରେ ରଖି ଦିଅନ୍ତୁ । ଦେଖିବେ ଆଉ କିଛି ଗନ୍ଧ ବାହାରିବ ନାହିଁ ।