ଏଥିପାଇଁ ଧିରେ ଧିରେ ଲୋପ ପାଉଛନ୍ତି ମହୁମାଛି ।

ଏଥିପାଇଁ ଧିରେ ଧିରେ ଲୋପ ପାଉଛନ୍ତି ମହୁମାଛି ।

ଏଥିପାଇଁ ଧିରେ ଧିରେ ଲୋପ ପାଉଛନ୍ତି ମହୁମାଛି ।
ସମ୍ପ୍ରତି ଇଣ୍ଟରନେଟ ଯୁଗରେ ମୋବାଇଲ ତଥା ଦୂର ସଞ୍ଚାର ସମ୍ପନ୍ଧୀୟ ସମସ୍ତ ଉପକରଣ ଗୁଡ଼ିକର ବହୁଳ ବ୍ୟବହାର କାରଣରୁ ସ୍ପଷ୍ଟ ବିକିରଣ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଛି । ଏହି କାରଣରୁ କେତେକ ପ୍ରଜାତି ବିଲୁପ୍ତ ପ୍ରାୟ ହେବାକୁ ଯାଉଛି । ଇତି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୭୦ ରୁ ପ୍ରାୟ ୯୦% ମହୁମାଛି ଖାସ ଏହି କାରଣରୁ ବିଲୁପ୍ତ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ମୋବାଇଲ ଟାୱାର ଗୁଡ଼ିକରୁ ନିସୃତ ଇଲୋକ୍ଟ୍ରୋ ମାଗ୍ନେଟିକ ବିକିରଣ କାରଣରୁ ମହୁମାଛିଙ୍କଠାରେ କଲୋନୀ କୋଲେପ୍ସ ଡିଜଅର୍ଡର ନାମକ ଏକ ଅବସାଦ ସୃଷ୍ଟି ହେଉଛି । ଏପରିକି ସେମାନଙ୍କର ପ୍ରଜନନ କ୍ଷମତା ମଧ୍ୟ କ୍ଷୀଣ ହେଉଛି । ନିଜର ବସା ତିଆରି କରିବାର କ୍ଷମତା ମଧ୍ୟ ପ୍ରଭାବିତ ହେଉଛି । ଯେଉଁ ଅଞ୍ଚଳରେ ଦୂର ସଞ୍ଚାର ଉପକରଣ ଜନିତ ବିକିରଣ ସର୍ବାଧିକ ସେଠାରେ ମହୁମାଛି ବଂଶ ଲୋକ ପାଇବାର ଆଶଙ୍କା ୭୦ ରୁ ୯୦% ରହିଛି । ପଶୁପକ୍ଷୀଙ୍କ ସମେତ ଅନ୍ୟ ପ୍ରାଣୀଙ୍କ ଉପରେ ମଧ୍ୟ ବିକିରଣର ନକାରାତ୍ମକ ପ୍ରଭାବ ପଡୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଉତ୍ତର ପ୍ରଦେଶର ଅଲ୍ଲିଗଡ଼ର ମୁସଲମାନ ବିଶ୍ୱ ବିଦ୍ୟାଳୟର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଲ୍ଲୀଗଡ଼ ସମେତ ଆଖପାଖ ସହର ତଥା ଗ୍ରାମୀଣ ଅଞ୍ଚଳରେ ତିନି ବର୍ଷ ଧରି ଏ ସମ୍ବନ୍ଧରେ ସର୍ଭେ କରାଯାଇଥିଲା । ୨୦୨୦ ଜାନୁଆରୀରେ ସର୍ଭେ ଶେଷ ହେବା ପରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ସର୍ଭେର ମୁଖ୍ୟ ନିର୍ଦ୍ଦେଶକ ପ୍ରଫେସର ଅଫିଫୁଲ୍ଲା ଖାନ କହିଛନ୍ତି । ଆମେରିକାରେ ଏଭଳି ବିକିରଣର ସର୍ବାଧିକ ପ୍ରଭାବ କାରଣରୁ ସେଠାରେ ମହୁମାଛି ବଂଶ ସମ୍ପୂର୍ଣ୍ଣ ଲୋପ ପାଇବାର ଆଶଙ୍କା ସୃଷ୍ଟି ହେଉଛି । ମହୁଚାଷ ପ୍ରତି ବିପଦ ଲକ୍ଷ୍ୟୃ କରି ଆମେରିକା, ଚୀନ ଓ ଅଷ୍ଟ୍ରେଲିଆରୁ ମହୁମାଛି ଆମଦାନୀ କରିଥିବା ଜଣାପଡ଼ିଛି । ଉଲ୍ଲେଖ ଯେ ଏକଦା ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହିଥିଲେ ଯେ ଯଦି କୌଣସି କାରଣ ବଶତଃ ପୃଥିବୀରୁ ମହୁମାଛି ବଂଶ ଲୋପ ପାଏ । ତା ହେଲେ ୪ ବର୍ଷ ଭିତରେ ମାନବ ଜାତି ନିଃଶେଷ ହୋଇଯିବ । କିନ୍ତୁ ତାଙ୍କର ଏହି ଯୁକ୍ତିକୁ ଉପରେ ବହୁ ବିଶେଷଜ୍ଞ ଅସହମତି ପ୍ରକାଶ କରିଥିଲେ । ଉଲ୍ଲେଖ ଯେ, ପରିବେଶ ସୁରକ୍ଷାରେ ମହୁମାଛିଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଏଗୁଡ଼ିକୁ ପ୍ରାକୃତିକ ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଆନ୍ତି ।