୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ବିକାଶ ମିଶନ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ - ମିନାକ୍ଷୀ ନଟରାଜନ କଂଗ୍ରେସ ଭବନରେ ଏଲ୍.ଡ଼ି.ଏମ୍. ସଂଯୋଜକ ଓରିଏଂଟେସନ କାର୍ଯ୍ୟକ୍ରମ

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ବିକାଶ ମିଶନ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ - ମିନାକ୍ଷୀ ନଟରାଜନ କଂଗ୍ରେସ ଭବନରେ ଏଲ୍.ଡ଼ି.ଏମ୍. ସଂଯୋଜକ ଓରିଏଂଟେସନ କାର୍ଯ୍ୟକ୍ରମ
ଭୁବନେଶ୍ୱର ତା. ୧୦.୦୪ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ଏଲ୍.ଡ଼ି.ଏମ୍.(ଖରବୟରକ୍ସଗ୍ଦଷସକ୍ଟ୍ର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଗସଗ୍ଦଗ୍ଦସକ୍ଟଦ୍ଭ) ସଂଯୋଜକ ମାନଙ୍କର ଏକ ପ୍ରଶିକ୍ଷଣ ବୈଠକ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ବି.ଆର. ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦିପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ କହିଲେ ଯେ ଯୁବଗୋଷ୍ଠିମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇପାରିଲେ ଦଳ ତୃଣମୂଳ ସ୍ତରରୁ ସୁଦୃଢ଼ ହୋଇପାରିବ । ସେଥିପାଇଁ କଂଗ୍ରେସ ଦଳ ଏଲ୍.ଡ଼ି.ଏମ୍. (ଖରବୟରକ୍ସଗ୍ଦଷସକ୍ଟ୍ର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଗସଗ୍ଦଗ୍ଦସକ୍ଟଦ୍ଭ) କାର୍ଯ୍ୟକ୍ରମ ଆରମ୍ଭ କରିଛି । ବର୍ତମାନ ଓଡ଼ିଶାରେ ଏଲ୍.ଡ଼ି.ଏମ୍. ସଂଯୋଜକମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଏବଂ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ବିକାଶ ମିଶନ ସଂରକ୍ଷିତ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳିରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ନଟରାଜନ କହିଥିଲେ । ସମ୍ମାନୀତ ଅତିଥି  ଭାବେ ଯୋଗ ଦେଇ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ହର୍ଷବର୍ଦ୍ଧନ କହିଲେ ଯେ ତଳ ସ୍ତରରେ ଦଳକୁ ସୁଦୃଢ଼ କରିବା କଂଗ୍ରେସର ଲକ୍ଷ । ଲୋକମାନଙ୍କର ସୁଖ ଦୁଃଖରେ ଭାଗିଦାର ହେବା ଏବଂ ସେମାନଙ୍କର ସମସ୍ୟାକୁ ସମାଧାନ କରିବା ରେ ଏଲ୍.ଡ଼ି.ଏମ. ସଂଯୋଜକମାନେ ନିଷ୍ଠାପର ଭାବେ  କାର୍ଯ୍ୟ କରୁଛନ୍ତି । ଆଗାମୀ ନିର୍ବାଚନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ସେଥିପାଇଁ ସମସ୍ତେ ନିଜ ନିଜ ଅଂଚଳରେ କଂଗ୍ରେସ ପ୍ରାର୍ଥୀ ଯେପରି ବିଜୟ ଲାଭ କରିବେ ସେ ସଂପର୍କରେ ସେ ପରାମର୍ଶ ଦେଇଥିଲେ । 
ଉଦ୍ବୋଧନ ଦେଇ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରÿିଆ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ୍, ପିସିସି ଫିସରମ୍ୟାନ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀ, ପିସିସି ଭିନ୍ନକ୍ଷମ ବିଭାଗ ଜିତେନ୍ଦ୍ର ବିଶ୍ୱାଳ, ପିସିସି ଅନୁସୂଚିତ ଜାତି ବିଭାଗ ଉପଧ୍ୟକ୍ଷ ଅମିର ଚାନ୍ଦ ନାୟକ ପ୍ରମୁଖ ଉପାଦେୟ ପରାମର୍ଶମାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ମାନସ ମଲ୍ଲିକ ସଂଯୋଜନା କରିଥିବାବେଳେ ଅନୀମା ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । 
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜୟନ୍ତ ଭୋଇ, ଆଶିଷ କୁମାର ଲେଙ୍କା, ତରୁଣ ମିଶ୍ର, ମିହିର ଆଚାର୍ଯ୍ୟ, ସଂଜୟ ତ୍ରିପାଠି, ଜୟରାମ ପଟ୍ଟନାୟକ, ରଞ୍ଜନ କୁମାର ଜେନା, ଚୈଧୁରୀ ସରୋଜ ମହାପାତ୍ର, ମନୋରଞ୍ଜନ ମିଶ୍ର, ସୁରେସେନ ମଲ୍ଲିକ, ବିବେକାନନ୍ଦ ପତି, ସୁକୁମାର ପ୍ରଧାନ, ସୁଦର୍ଶନ ବିଶ୍ୱାଳ, ସୋ÷ଭାଗ୍ୟ ରଞ୍ଜନ ବସ୍ତିଆ, କେଦାର ନାଥ ସାହୁ, କ୍ଷମରାଜ ବାଗ, ଧିରେନ୍ଦ୍ର ମହାନ୍ତି, ଅନିଲ ମହାନ୍ତି, ସନତ ପ୍ରଧାନ, ଦେବାଶିଷ ଭୂଷଣ ନାୟକ, ଅଭିଶେଷ ଦଳ ବେହେରା, ଲିଟୁ ବିଶ୍ୱାଳ ପ୍ରମୁଖ ବହୁ ସଂଯୋଜକ ଉପସ୍ଥିତ ଥିଲେ ।