ଦଳ ବୋଧେ ମୋ ଗୁରୁତ୍ୱ ବୁଝିପାରିଲାନି: ଆକାଶ ଦାସନାୟକ

ଦଳ ବୋଧେ ମୋ ଗୁରୁତ୍ୱ ବୁଝିପାରିଲାନି: ଆକାଶ ଦାସନାୟକ

ଭୁବନେଶ୍ୱର: ୨୦୧୯ରେ ବିନା କାରଣରେ ଟିକେଟ କଟାଗଲା । କିନ୍ତୁ ମୁଁ ପ୍ରତିବାଦ କରିନଥିଲି । ବିଧାୟକ ନଥାଇ ବି ୫ ବର୍ଷ ଦଳ ପାଇଁ କଠିନ ପରିଶ୍ରମ କରିଛି । ଦଳ ବୋଧେ ମୋ ଗୁରୁତ୍ୱ ବୁଝି ପାରିଲାନି ବୋଲି ଯାଜପୁର ଜିଲ୍ଲ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ କହିଛନ୍ତି । ବିଜେଡିରୁ ଇସ୍ତଫା ଦେବା ପରେ ସେ ଏଭଳି କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ଏବେ ସେ ଆତ୍ମସମ୍ମାନ ଓ କରୋଇବାସୀଙ୍କ ସ୍ୱାଭିମାନ ପାଇଁ ବିଜେଡି ଛାଡ଼ିଥିବା କହିଛନ୍ତି । ଏଥିସହ କରୋଇବାସୀଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି ବୋଲି ସେ କହିଛନ୍ତି ।

ପ୍ରକାଶ ଯେ ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି । ବିଜେଡି ଛାଡ଼ିଛନ୍ତି ଆକାଶଦାସ ନାୟକ । ଆକାଶଦାସ ନାୟକ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ।
ଅଭିନେତା ତଥା ରାଜନେତା ଶ୍ରୀ ନାୟକ ବିଜେଡି ସହ ଦୀର୍ଘଦିନ ଧରି ଜଡ଼ିତ ଥିଲେ ।