ଲୋକେ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କିଏ: ଅପରାଜିତା
ଭୁବନେଶ୍ୱର: ବିଜେଡିର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଥିବାବେଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ପୂର୍ବରୁ ମଧ୍ୟ ଉଠାଯାଇଛି । ଏହି ଚର୍ଚ୍ଚା ଏବେ ରାଜ୍ୟର ସବୁ ଜିଲ୍ଲାର ପ୍ରତ୍ୟେକ ଗାଁ ଓ ବଜାରରେ ହେଉଛି । ଲୋକେ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କିଏ? ଯଦି ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲା ଗସ୍ତରେ ଯାଉଥାନ୍ତେ ତା’ହେଲେ ସୁନ୍ଦର ହେଉଥାନ୍ତା । ଜଣେ ସଚିବ ପାହ୍ୟାର ସରକାରୀ କର୍ମଚାରୀ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି । ଓଡ଼ିଶା ଗୋଟିଏ ଗରିବ ରାଜ୍ୟ ଓ ତାଙ୍କ ଗସ୍ତ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବା କଦାପି ଗ୍ରହଣୀୟ ନୁହେଁ । ଏଠି ତ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ବି ଅସହାୟ ହୋଇପଡ଼ିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତା ଓ ଏଥିପାଇଁ ୩୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିବା ସହ କଡ଼ା ସମାଲୋଚନା କରିଛନ୍ତି ।