ବିରୋଧୀଙ୍କ ମୁକାବିଲା ପାଇଁ ସୋଶିଆଲ ମିଡିଆକୁ ଅସ୍ତ୍ର କରିବ ବିଜେଡି

ବିରୋଧୀଙ୍କ ମୁକାବିଲା ପାଇଁ ସୋଶିଆଲ ମିଡିଆକୁ ଅସ୍ତ୍ର କରିବ ବିଜେଡି

ଭୁବନେଶ୍ୱର: ବିଜେଡି କାର୍ୟ୍ୟକାରିଣୀ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ । ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଗୋଟିଏ ବଡ ଝଟକା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ମିଛ ଅପପ୍ରଚାର କରି ବଦନାମ କରିବାକୁ ପ୍ରୟାସ ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଏପରି କହି ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଏହାର ମୁକାବିଲା କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିରୋଧୀଙ୍କ ମିଛ ଅପପ୍ରଚାରର ଦୃଢ଼ ମୁକାବିଲା କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସୋଶିଆଲ ମିଡିଆକୁ ଦଳ କରିବ ଅସ୍ତ୍ର ।
ନିର୍ବାଚନ ପୂର୍ବରୁ ଘରେ ଘରେ ବିକାଶର ବାର୍ତ୍ତାକୁ ପହଂଚାଇବାକୁ ହେବ । ଏହା ଦଳୀୟ କର୍ମୀଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ । ଏଥିସହ ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ମହିଳା ଏବଂ ଯୁବ ଭୋଟରଙ୍କ ଉପରେ ନଜର ରଖିଛି ଦଳ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ବିଜୁ ଜନତା ଦଳ । ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗରର ସଂପ୍ରସାରଣ କରାଯାଇଛି । ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ୟ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ୟ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା । ଯୁବ ଛାତ୍ର ବିକାଶକୁ ପସନ୍ଦ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ୩୨ଟି ପ୍ରସ୍ତାବ ପାରିତ ହୋଇଛି । ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକମ ର ସଫଳ କାର୍ୟ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଛି ।