ପ୍ଲାଷ୍ଟିକ, ଷ୍ଟିଲରେ ୨ ରୁ ୪ ଦିନ ରହିବ ଭାଇରସ

ପ୍ଲାଷ୍ଟିକ, ଷ୍ଟିଲରେ ୨ ରୁ ୪ ଦିନ ରହିବ ଭାଇରସ

ପ୍ଲାଷ୍ଟିକ, ଷ୍ଟିଲରେ ୨ ରୁ ୪ ଦିନ ରହିବ ଭାଇରସ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୮,୦୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା କରୋନା ଭାଇରସ ଏରୋସଲରେ ୩ ଘଣ୍ଟା ଧରି ରହୁଥିବା ବେଳେ ଚଟାଣ ଗୁଡ଼ିକରେ ଅନେକ ଦିନ ଧରି ସକ୍ରିୟ ରହୁଛି । ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ସାର୍ସ-କରୋନା ଭାଇରସ ୨ ଏରୋସଲରେ ପ୍ରାୟ ୩ ଘଣ୍ଟା, କପର ଚଟାଣରେ ୪ ଘଣ୍ଟା, କାର୍ଡବୋର୍ଡରେ ୨୪ ଘଣ୍ଟା ଏବଂ ପ୍ଲାଷ୍ଟିକ ଓ ଷ୍ଟେନଲେସ ଷ୍ଟିଲରେ ୨-୩ ଦିନ ସକ୍ରିୟ ରହୁଛି । ସାର୍ସ ଭାଇରସ ପରି କରୋନା ଭାଇରସ ବି ଅନେକ ଘଣ୍ଟା ଧରି ଏରୋସଲରେ ରହୁଛି । ତେବେ ବିଶ୍ୱବ୍ୟାପୀ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ବେଳେ ଭାଇରସ ପ୍ଲାଷ୍ଟିକରେ ହିଁ ୨-୪ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଛି ।