ପରିଣୀତିଙ୍କ ଜୀବନରେ ପ୍ରେମ
ପରିଣୀତିଙ୍କ ଜୀବନରେ ପ୍ରେମ
admin
Aug 26, 2019 - 08:04
Updated: Aug 26, 2019 - 08:04
କିଛି ଦିନ ହେବ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ନେଇ ବଲିଉଡ଼ରେ ଭିନ୍ନ କଥା ଶୁଣିବାକୁ ମିଳୁଛି । ଖୋଲାଖୋଲି ଯଦିଓ କିଛି କହୁନାହାନ୍ତି, ତଥାପି ଶୁଣିବାକୁ ମିଳିଛି ପରୀ ଆଜିକାଲି ଜଣକୁ ଡେଟ୍ କରୁଛନ୍ତି । ବିଷୟଟିକୁ ଯଥା ସମ୍ଭବ ଗୋପନ ରଖିବାକୁ ବି ଚେଷ୍ଟା କରୁଛନ୍ତି ପରୀ ଓ ତାଙ୍କ ବୟଫ୍ରେଣ୍ଡ । କିନ୍ତୁ ବଲିଉଡର ଖବର ଯେତେ ଗୋପନ ହେଲେ ବି ତାହା ବାହାରେ ପ୍ରଘଟ ହେବା ସ୍ୱାଭାବିକ । ସେମିତି ଏକ ସୂତ୍ରରୁ ଖବରଟି ଲିକ ହୋଇଯାଇଛି । ଜଣାପଡ଼ିଛି ପରୀ ଯାହାକୁ ଡେଟ୍ କରୁଛନ୍ତି ସେ ବଲିଉଡର ସହକାରୀ ନିଦେ୍ର୍ଧଶକ ଚରିତ ଦେଶାଇ । ଲୁଚି ଲୁଚି ଡେଟ୍ କରୁଥିଲେ ବି ଦୁହିଁଙ୍କୁ ଅନେକ ଜାଗାରେ ଏକାଠି ଦେଖିବାକୁ ମିଳୁଛି । ଚରିତ ମଧ୍ୟ ପି୍ରୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ବିବାହରେ ଉପସ୍ଥିତ ଥିଲେ । ଚରିତଙ୍କୁ ଡେଟ କରୁନାହାନ୍ତି ବୋଲି ଯଦି ଏହା ମଧ୍ୟରେ ସୋସିଆଲ ମିଡିଆରେ ପରୀ ସଫେଇ ମଧ୍ୟ ଦେଇ ସାରିଲେଣି । ନିନ୍ଦୁକମାନେ ଅବଶ୍ୟ କହୁଛନ୍ତି ଫିଲ୍ମର ସଫଳତା ନ ମିଳୁ ପଛେ ପ୍ରେମ ଜୀବନରେ ପରୀ ସଫଳ ହୁଅନ୍ତୁ ।