ଏଣିକି ଟ୍ରାଫିକ ଜଗିବ ‘ଡ୍ରୋନ’

ଏଣିକି ଟ୍ରାଫିକ ଜଗିବ ‘ଡ୍ରୋନ’

 ଏଣିକି ଟ୍ରାଫିକ ଜଗିବ ‘ଡ୍ରୋନ’
ଭୁବନେଶ୍ୱର: ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ । କାରଣ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାଜଧାନୀ ଭୁବନେଶ୍ୱରେ ଏକ ନୂଆ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି । ଏଣିକି ଟ୍ରାଫିକ ଜଗିବ ‘ଡ୍ରୋନ’ । ଆକାଶରେ ଉଡ଼ିବ ଡ୍ରୋନ । ଆଉ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ । ଏନେଇ ସୂଚନା ଦେଇଛନ୍ତି ଟୁଇନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ତାଙ୍କ ସୂଚନା ଅନୁଯାୟୀ ରବୀନ୍ଦ୍ର ମଣ୍ଡପ ଠାରୁ ଏୟାର ପୋର୍ଟ ଛକ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ରବୀନ୍ଦ୍ର ମଣ୍ଡପ ଠାରୁ ଏୟାର ପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନଭାବେ ଘୋଷଣା କରାଯାଇଛି । ନୋ ଓଭର ଟ୍ରାକିଂ ସହ ଲେନ ଡ୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ କ୍ୟାମେରା ନିଘା ରଖିବ । ଯେଉଁମାନେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରିବେ ତାଙ୍କ ଉପରେ ଜୋରିମାନା କରାଯିବ ବୋଲି ଟୁଇନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।