ମାଓ ମୁକାବିଲା ବୈଠକ ପରେ କଣ କହିଲେ ନବୀନ

ମାଓ ମୁକାବିଲା ବୈଠକ ପରେ କଣ କହିଲେ ନବୀନ

ମାଓ ମୁକାବିଲା ବୈଠକ ପରେ କଣ କହିଲେ ନବୀନ
ନୂଆଦିଲ୍ଲୀ: ମାଓ ମୁକାବିଲା ନେଇ ସୋମବାର ନୂଆଦିଲ୍ଲୀ ଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହାଛଡ଼ା ଛତିଶଗଡ଼, ଝାରଖଣ୍ଡ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ତେବେ ପଶ୍ଚିମବଙ୍ଗ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମାଓ ମୁକାବିଲା ବୈଠକରେ ଯୋଗଦେଇନଥିଲେ । ତେବେ ଆଜିର ବୈଠକ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବୈଠକରେ ଓଡ଼ିଶାର ମାଓ ଅଧ୍ୟୁ୍ୟଷିତ ଅଞ୍ଚଳରେ ଟେଲି ଯୋଗାଯୋଗ ପାଇଁ ସେ ଦାବି କରିଛନ୍ତି । ବ୍ୟାଙ୍କିଂ ବ୍ୟବସ୍ଥା ପାଇଁ ମଧ୍ୟ ବୈଠକରେ ଦାବି କରାଯାଇଛି । ମାଲକାନାଗିରି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଦାବି କରାଯାଇଛି । ମାଲକାନଗିରି ଓ ନବରଙ୍ଗପୁରକୁ ତୁରନ୍ତ ରେଳ ସଂଯୋଗ ପାଇଁ ଦାବି କରାଯାଇଛି । ରେଳ ସଂଯୋଗ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାଗଣାରେ ଜମି ଦିଆଯିବ । ଏପରିକି ପ୍ରକଳ୍ପର ଅଧା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।