ଜାଣନ୍ତୁ ‘ରୁଦ୍ରାକ୍ଷ’ ବିଷୟରେ କିଛି ଅଜଣା କଥା

ଜାଣନ୍ତୁ ‘ରୁଦ୍ରାକ୍ଷ’ ବିଷୟରେ କିଛି ଅଜଣା କଥା

ଜାଣନ୍ତୁ ‘ରୁଦ୍ରାକ୍ଷ’ ବିଷୟରେ କିଛି ଅଜଣା କଥା
‘ରୁଦ୍ରାକ୍ଷ’ ଉପôତ୍ତି କଥା ‘ଶିବ ପୁରାଣ’, ‘ପଦ୍ମପୁରାଣ’, ‘ସ୍କନ୍ଦ ପୁରାଣ’, ‘ଆଦିପୁରାଣ’ ଆଦିରେ ବର୍ଣ୍ଣିତ । ରୁଦ୍ର ବା ଶିବଙ୍କ ଆଖିର ଲୋତକ ବିନ୍ଦୁରୁ ଏହାର ସୃଷ୍ଟି ହୋଇଥିବା କିମ୍ବଦନ୍ତୀ କହେ । ହିନ୍ଦୁ ଧାର୍ମିକ ପରମ୍ପରାରେ ଏହା ସାଧକଙ୍କୁ ସିଦ୍ଧି ପ୍ରାପ୍ତ କରାଏ । ଏହା ସୁଖ ସମୃଦ୍ଧି, ବୈଭବ, ସ୍ୱାସ୍ଥ୍ୟ ବୃଦ୍ଧିରେ ସହାୟକ ହୁଏ । ଉଦ୍ଭିଦ ବିଜ୍ଞାନ ଅନୁଯାୟୀ ଏହା ଇଲିଓକାର୍ପସ ବୃକ୍ଷର ଫଳର ବୀଜ । ଏହି ଚିରହରିତ ବୃକ୍ଷ ଭାରତ, ନେପାଲ, ଚାଇନା, ଅଷ୍ଟ୍ରେଲିଆ, ଗୁଆମ, ହାୱାଇ ଆଦିରେ ଦେଖାଯାଏ । ବିଶ୍ୱରେ ପ୍ରାୟ ୩୦୦ ପ୍ରଜାତିର ଇଲିଓକାର୍ପସ ବୃକ୍ଷ ଦେଖିବାକୁ ମିଳେ । ତନ୍ମଧ୍ୟରୁ ୩୫ ପ୍ରଜାତି ଭାରତରେ ଦେଖାଯାଏ । ‘ଗୌରୀଶଙ୍କର’, ଗଣେଶ, ବେଦ, ଦ୍ୱୈତ ଆଦି ବିରଳ ପ୍ରଜାତିର ରୁଦ୍ରାକ୍ଷ । ରୁଦ୍ରାକ୍ଷ ଏକମୁଖୀରୁ ଆରମ୍ଭ କରି ଚତୁର୍ଦ୍ଧଶମୁଖୀ ପର୍ଯ୍ୟନ୍ତ ହୋଇପାରେ ।