ସ୍ଫୁଟନିକ -ଭି ଡୋଜ ପିଛା ଦର ୯୪୮ ଟଙ୍କା

ସ୍ଫୁଟନିକ -ଭି ଡୋଜ ପିଛା ଦର ୯୪୮ ଟଙ୍କା

ସ୍ଫୁଟନିକ -ଭି ଡୋଜ ପିଛା ଦର ୯୪୮ ଟଙ୍କା
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଏବେ ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରୁଷୀୟ ଟିକା ସ୍ଫୁଟନିକ -ଭି ଦର ପ୍ରକାଶ କରିଛି ଡ. ରେଡ୍ଡୀ ଲ୍ୟାବ । ସ୍ଫୁଟନିକ -ଭି ଡୋଜ ପିଛା ଦର ୯୪୮ ଟଙ୍କା ପଡ଼ିବ ବୋଲି ଡ. ରେଡ୍ଡୀ ଲ୍ୟାବ ପକ୍ଷରୁ କୁହାଯାଇଛି । ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡ଼ିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ସ୍ଫୁଟନିକ-ଭିର ଟିକାକରଣ ମଧ୍ୟ ଡକ୍ଟର ରେଡ୍ଡୀ ଆରମ୍ଭ କରିଛି । ହାଇଦ୍ରାବାଦରେ ଡକ୍ଟର ରେଡ୍ଡୀ ସ୍ଫୁଟନିକ-ଭିର ପ୍ରଥମ ଟିକା ଦେଇଥିବା ଜଣାଯାଇଛି ।