କରୋନା ଚିକିତ୍ସାରେ ନିୟୋଜିତ ୧୬ ବରିଷ୍ଠ ସରକାରୀ ଡାକ୍ତରଙ୍କ ଇସ୍ତଫା

କରୋନା ଚିକିତ୍ସାରେ ନିୟୋଜିତ ୧୬ ବରିଷ୍ଠ ସରକାରୀ ଡାକ୍ତରଙ୍କ ଇସ୍ତଫା

କରୋନା ଚିକିତ୍ସାରେ ନିୟୋଜିତ  ୧୬ ବରିଷ୍ଠ ସରକାରୀ ଡାକ୍ତରଙ୍କ ଇସ୍ତଫା
ଲକ୍ଷ୍ନୌ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ସମୟରେ ଡାକ୍ତରଙ୍କୁ ଭଗବାନ ସହିତ ତୁଳନା କରାଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ଚିକିତ୍ସାରେ ନିୟୋଜିତ ୧୬ ବରିଷ୍ଠ ସରକାରୀ ଡାକ୍ତର ପ୍ରଶାସନର ଦୁର୍ବ୍ୟବହାର ପ୍ରତିବାଦରେ ସାମୂହିକ ଇସ୍ତଫା ଦେଇଛନ୍ତି । ଉତ୍ତର୍ରପଦେଶର ଉନ୍ନାଓରେ ଏଭଳି ଘଟଣା ଘଟିଛି । ସମ୍ପୃକ୍ତ ଡାକ୍ତରମାନେ ଉନ୍ନାଓର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଥିବାବେଳେ ୫ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । କରୋନା ସଙ୍କଟ ସମୟରେ ସେମାନେ ନିଷ୍ଠାର ସହିତ କର୍ତ୍ତବ୍ୟ କରୁଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନିକ ଅଧିକାରମାନେ ସେମାନଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ଓ ସ୍ୱେଚ୍ଛାଚାରୀ ମନୋଭାବ ପ୍ରଦର୍ଶନ ସହ ଦଣ୍ଡବିଧାନର ଧମକ ଦେଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାର ଅସହ୍ୟ ହୋଇଥିବା ସେମାନେ ଦର୍ଶାଇଛନ୍ତି । ସଙ୍କଟ ସମୟରେ ପ୍ରଶାସନର କୌଣସି ସହଯୋଗ ମଧ୍ୟ ମିଳୁନି ବୋଲି ଡାକ୍ତରାମାନେ କହିଛନ୍ତି ।